Only for Entertainment

ଦିନେ ଗରିବାବସ୍ଥାରେ ପିତାଙ୍କୁ ମାରିଦେବା ପାଇଁ ପ୍ରାର୍ଥନା କରୁଥିଲେ କପିଲ ।

58

କପିଲ ଶର୍ମା ଆଜି ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନରେ ଆସନ୍ତୁ ଆଲୋଚନା କରିବା କିଛି ଖାସ କଥା ।
କପିଲଙ୍କ ବାପା ପଂଜାବ ପୋଲିସରେ ହାବିଲଦାର ଥିଲେ । ଧୀରେ ଧୀରେ କମେଡ଼ି କରି କରି କପିଲ ସମସ୍ତଙ୍କର ପ୍ରିୟ ହୋଇଗଲେ । ଏକ ଇଂଟରଭ୍ୟୁରେ କପିଲ କହିଛନ୍ତି ତାଙ୍କ ବାପା କର୍କଟ ରୋଗରେ ପିଡ଼ିତ ଥିଲେ । ସେ ଲାଷ୍ଟ ଷ୍ଟେଜରେ ଏହିକଥା ଜଣାଇଥିଲେ । ତେବେ ୧୦ ବର୍ଷ ସେ ରୋଗ ସହିତ ଲଢୁଥିଲେ ।

କପିଲ ଏହା ମଧ୍ୟ କହିଛନ୍ତିଯେ ଥରେ ସେହି ରୋଗ କାରଣରୁ ସେ ତାଙ୍କ ବାପାଙ୍କ ଉପରେ ଚିତ୍କାର କରିଥିଲେ । ସେ କହିଥିଲେଯେ ବାପା ତୁମେ ତୁମ ବ୍ୟତୀତ ଆଉ କାହା କଥା ଭାବୁନାହଁ । ଏହି କାରଣରୁ ତୁମକୁ କର୍କଟ ରୋଗ ହୋଇଗଲା । କେବଳ ଏତିକି ନୁହେଁ କପିଲ ଏହା ମଧ୍ୟ କହିଛନ୍ତିଯେ ତାଙ୍କ ବାପାଙ୍କୁ କର୍କଟ ରୋଗରେ ଦେଖି କପିଲ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେଯେ ଭଗବାନ ତାଙ୍କୁ ନେଇଯାଅ ।

କପିଲ ଏକ ସାଧାରଣ ପରିବାରରୁ ଆସିଛନ୍ତି । ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ତାଙ୍କ ନିକଟରେ ଟଙ୍କା ନଥିଲା, ଏବଂ ଯେତିକି ଥିଲା ପରିବାର ଲୋକ ନେଇ ଯାଇଥିଲେ । ଟଙ୍କ ପାଇଁ କପିଲ ଫୋନ ବୁଥରେ ମଧ୍ୟ କାମ କରିଛନ୍ତି । କେବଳ ସେତିକି ନୁହେଁ ଓଢଣୀ ମଧ୍ୟ ବିକ୍ରି କରିଛନ୍ତି ।

ଦିଲ୍ଲୀ ଏମ୍ସରେ କପିଲଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ସେହି ଦିନଠାରୁ ସେ ମଜବୁତ ହେବା ପାଇଁ ପ୍ରତିଜ୍ଞା ନେଇଥିଲେ । ଏହାପରେ ଦୁଇ ଦୁଇ ଥର ଅଡିସନ ଦେଇ କମେଡ଼ି ଶୋ’ରେ ସ୍ଥାନ ପାଇଥିଲେ ଏବଂ ୬ ଥର ବିଜେତା ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ତାଙ୍କ କମେଡ଼ି କ୍ୟାରିଅର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More