Only for Entertainment

ଡେବ୍ୟୁ ପୂର୍ବରୁ ଷ୍ଟାର ହୋଇଗଲେ ସନି ଦେଓଲଙ୍କ ପୁଅ ।

bollywood tadka
38

ବଲିଉଡ ଆକ୍ଟର ସନି ଦେଓଲଙ୍କ ପୁଅ କରଣ ଦେଓଲ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କରଣ ସନିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ପଲ ପଲ ଦିଲ କେ ପାସ’ରେ ନଜର ଆସିବେ । ତେବେ ଫିଲ୍ମ ରିଲିଜ ପୂର୍ବରୁ କରଣ ଷ୍ଟାର ହୋଇ ସାରିଲେଣି । ବାସ୍ତବରେ ରବିବାରକୁ କରଣ ଅଲ ଷ୍ଟାର୍ସ ଫୁଟବଲ କ୍ଲବରେ ଇଣ୍ଡଷ୍ଟ୍ରିର ଷ୍ଟାରଙ୍କ ସହିତ ଫୁଟବଲ ଖେଳିବାକୁ ପହଂଚିଥିଲେ ।

ମ୍ୟାଚ ସରିବା ପରେ କରଣ ଯେତେବେଳେ ବାହାରକୁ ଆସିଲେ ତାଙ୍କୁ ଫ୍ୟାନ୍ସ ଘେରିଗଲେ । ସମସ୍ତେ ତାଙ୍କ ସହିତ ଫଟୋ ଉଠାଇବାକୁ ଉତ୍ସାହିତ ଥିଲେ । ଯେପର୍ଯ୍ୟନ୍ତ କରଣ ସେଲ୍ଫି ଦେଇନଥିଲେ କେହି ମଧ୍ୟ ସେଠାରୁ ଘୁଂଚିଲେ ନାହିଁ । କରଣଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

କହିରଖୁଛୁଯେଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇ ସାରିଛି । ଫିଲ୍ମରେ କରଣଙ୍କ ସହିତ ସହର ବାମ୍ବା ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More