Only for Entertainment

ତୈମୁର ଜନ୍ମ ହେବା ପରେ ଡ଼ାକ୍ତରଙ୍କୁ ପ୍ରଥମେ ଏହି ପ୍ରଶ୍ନ କରିଥିଲେ କରୀନା କପୁର ଖାନ୍

72

ଜନ୍ମ ପରଠାରୁ ହିଁ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ କରୀନା କପୁର ଖାନ୍‌ ଏବଂ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌। ନିଜ ମାତା-ପିତାଙ୍କଠାରୁ ଲୋକପ୍ରିୟତାରେ ଆଗରେ ରହିଛନ୍ତି ତୈମୁର । କୌଣସି ଫିଲ୍ମ ନ କରି ମଧ୍ୟ ତାଙ୍କର ଗୋଟେ ଝଲକ ପାଇଁ ଲୋକେ ଅନାଇ ବସିଥାନ୍ତି । ତେବେ ୨୦୧୬ରେ ତୈମୁରଙ୍କ ଜନ୍ମ ହୋଇଥିବା ବେଳେ ଜନ୍ମ ପରେ ପରେ କରୀନା ଡ଼ାକ୍ତରଙ୍କୁ କ’ଣ ପଚାରିଥିଲେ, ତାହା ସେ ଜଣାଇଛନ୍ତି । ମାତୃତ୍ୱ ଦିବସକୁ ନେଇ ଆୟୋଜିତ କରାଯାଇଥିବା ଏକ ଇଭେଣ୍ଟରେ ଯୋଗ ଦେଇ ଏ ବିଷୟରେ ଖୁଲାସା କରିଥିଲେ ।

ତାଙ୍କ କହିବା ଅନୁଯାୟୀ, ତୈମୁର ଜନ୍ମ ହେବା ପରେ ପରେ ମୁଁ ତାକୁ କେମିତି ଭଲରେ ବଢ଼ାଇ ପାରିବି ସେ ବିଷୟରେ ପଚାରିଥିଲି । ଜନ୍ମ ହେବା ପରେ ପିଲାମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯାଏ ବୋଲି ମୁଁ ଶୁଣିଥିଲି । ଯାହା ପାଇଁ ମୁଁ ଡ଼ାକ୍ତରଙ୍କୁ ପ୍ରଥମେ ସେ ବିଷୟରେ ପଚାରିଥିଲି । ମୋ ପ୍ରଶ୍ନ ଶୁଣି ଡ଼ାକ୍ତର ମୋତେ ଏକ ଚାଟ୍‌ ପ୍ରସ୍ତୁତ କରି ଦେଇଥିଲେ, ଯାହାକୁ ମୁଁ ଆଜି ପର୍ଯ୍ୟନ୍ତ ଅନୁସରଣ କରି ଆସୁଛି ବୋଲି କହିଥିଲେ କରୀନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More