Only for Entertainment

କାର୍ତ୍ତିକ ଆର୍ୟନ ଆରମ୍ଭ କଲେ ‘ଦୋସ୍ତାନା୨’ର ସୁଟିଂ, ଭିନ୍ନ ଅନ୍ଦାଜରେ ଆସିବେ ନଜର !

20

ବଲିଉଡରେ ନିଜ ଭିନ୍ନ ପରିଚୟ ବନାଇଥିବା କାର୍ତ୍ତିକ ଆର୍ୟନ ନିଜ ଅପକମିଂ ଫିଲ୍ମ ‘ଦୋସ୍ତାନା୨’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ ଏହି ଫିଲ୍ମ ପାଇଁ ଖୁବ ଏକ୍ସସାଇଟେଡ ଥିବା ନଜର ଆସିଛି । ଏହି ଫିଲ୍ମ ସହ ଜଡିତ ଅନେକ ଖବର ସାମ୍ନାକୁ ଆସିବାରେ ଲାଗିଛି, କିନ୍ତୁ ଫିଲ୍ମକୁ ନେଇ ଏକ ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଅସଲରେ କାର୍ତ୍ତିକ କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ କିଛି ଫଟୋ ଏଂ ଭିଡିଓ ଶେୟାର କରିଛନ୍ତି । ଏହି ଫଟୋ ଏବଂ ଭିଡିଓରେ ତାଙ୍କର ଭିନ୍ନ ଲୁକ ଦେଖିବାକୁ ମିଳିଛି ।

 

କାର୍ତ୍ତିକ ବର୍ଷ ଆରମ୍ଭ ହେବା ମାତ୍ରେ ହିଁ ‘ଦୋସ୍ତାନା୨’ର ସୁଟିଂ ଆରମ୍ଭ କରିଦେଇଥିଲେ । ଏହା ‘ଦୋସ୍ତାନା୨’ର ୩ୟ ସିଡ୍ୟୁଲ ଅଟେ । ସୂତ୍ର ମୁତାବକ ଫିଲ୍ମର ଦ୍ୱିତୀୟ ସିଡ୍ୟୁଲ ପୂରା ହୋଇଛି ।

କାର୍ତ୍ତିକ ଆର୍ୟନଙ୍କ ସହ ଜାହ୍ନବୀ କପୂର ଏବଂ ଲକ୍ଷ୍ୟ ଲାଲବାନୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଲକ୍ଷ୍ମୀ ଲାଲବାନୀ ବଲିଉଡରେ ଡେବ୍ୟୁ କରୁଛନ୍ତି । ଯେତେବେଳେ ନିର୍ମାତା କରଣ ଜୋହର ଏହି ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଥିଲେ , ସେତେବେଳେ ସେ ଏହା ମଧ୍ୟ ଖୁଲାସା କରିଥିଲେ ଯେ ଲକ୍ଷ୍ମୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More