Only for Entertainment

‘ଚଶମେ-ବଦୁର’ର ସିକ୍ୱଲରେ କାର୍ତ୍ତିକ ଆର‌୍ୟନଙ୍କ ସହିତ ରୋମାନ୍ସ କରିବେ ଜ୍ୟାକଲିନ ଫର୍ଣ୍ଣାଡିଜ

Latestly
51

ବଲିଉଡ ଅଭିନେତା କାର୍ତ୍ତିକ ଆର‌୍ୟନ ‘ସୋନୁ କେ ଟିଟୁ କି ସ୍ୱିଟି’ ପର ଠାରୁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । ଏହି ଫିଲ୍ମରେ ପରେ କାର୍ତ୍ତିକଙ୍କ ହାତକୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଆସିବାରେ ଲାଗିଛି । ନିକଟରେ ତାଙ୍କ ଫିଲ୍ମ ‘ଲୁକା ଛୁପି’ ରିଲିଜ ହୋଇଥିଲା । ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା । ଅନ୍ୟ ପକ୍ଷରେ କାର୍ତ୍ତିକ ଏବେ ଲଭ ଆଜ କଲ-୨ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

kirik

ଇତି ମଧ୍ୟରେ କାର୍ତ୍ତିକଙ୍କ ହାତରେ ଆଉ ଏକ ଫିଲ୍ମ ଲାଗିଛି । ଖବର ଅନୁସାରେ କାର୍ତ୍ତିକ ଚଶମେ ବଦୁରର ସିକ୍ୱଲରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଡିଜ ନଜର ଆସିବେ । ମେକର୍ସ ଏହି ଦୁଇ ଷ୍ଟାରଙ୍କୁ ଆପ୍ରୋଚ କରିଥିବା ବେଳେ ଯଦି ଦୁହିଁଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସେ ତେବେ ଖୁବ ଶୀଘ୍ର ଦୁହିଁଙ୍କୁ ଏକା ସହିତ ଦେଖିବାକୁ ମିଳିବ ।

କହିରଖୁଛୁ ଯେ, ଏହା ପୂର୍ବରୁ କାର୍ତ୍ତକ ଏବଂ ଜ୍ୟାକଲିନ କନ୍ନ ଡ ଫିଲ୍ମ ‘କିରିକ ପାର୍ଟି’ର ରିମେକରେ କାମ କରିଥାନ୍ତେ । କିନ୍ତୁ ଏହି ଫିଲ୍ମ କୌଣସି କାରଣରୁ ଆରମ୍ଭ ହୋଇ ପାରିଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More