Only for Entertainment

କୋମାରୁ ବାହାରକୁ ଆସିବେ ଅନୁରାଗଙ୍କ ବାପା, ସାମ୍ନାକୁ ଆସିବ କୋମୋଲିକାଙ୍କ ଅସଲ ଚେହେରା ।

The Indian Express
39

କସୌଟି ଜିନ୍ଦେଗୀ କେ ଟୁ’ରେ ଏବେ କୋମୋଲିକାଙ୍କୁ ଲାଗିବ ବଡ଼ ଝଟକା । ଆଗାମୀ ଏପିସୋଡରେ ସାମ୍ନାକୁ ଆସିବ କୋମୋଲିକାର ଅସଲ ଚେହେରା । ଏହି କାରଣରୁ ବାସୁ ପରିବାରର ବୋହୁ ହୋଇ ବସିଥିବା କୋମୋଲିକାଙ୍କୁ ଘରୁ ବାହାର କରି ଦିଆଯିବ । କହିରଖୁଛୁଯେ କୋମୋଲିକା ଚରିତ୍ରରେ ଅଭିନୟ କରୁଛନ୍ତି ହିନା ଖାନ ।

ଆଗାମୀ ଏପିସୋଡରେ କୋମାରେଥିବା ଅନୁରାଗ ବାସୁଙ୍କ ବାପାଙ୍କୁ ହୋଶ ଆସିବ । ତାଙ୍କୁ ହୋଶ ଆସିବା ମାତ୍ରେ କୋମୋଲିକା ପାଇଁ ସମସ୍ୟା ବଢିଯିବ । କାରଣ କୋମାଲିକା ମୌଲାୟ ବାସୁଙ୍କୁ ପ୍ଲାନ କରି ଆକ୍ସିଡେଂଟ କରିଥିଲା ଏବଂ ମାରିବାକୁ ଚେଷ୍ଟା କରିଥିଲା । କିନ୍ତୁ ତାଙ୍କର ମୃତ୍ୟୁ ହେବା ପରିବର୍ତ୍ତେ ସେ କୋମାକୁ ଚାଲିଗଲେ । ତେବେ କୋମୋଲିକାର ଅସଲ ଚେହେରା ମୌଲାୟଙ୍କ ସାମ୍ନାକୁ ଆସି ଯାଇଥିଲା, ଯେଉଁ କାରଣରୁ ସେ ଏଭଳି କାମ କରିଥିଲା ।

ଆଗାମୀ ଏପିସୋଡରେ କୋମୋଲିକାର ସତ୍ୟତା ସାମ୍ନାକୁ ଆସିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଅନୁରାଗଙ୍କ ମା ତାଙ୍କୁ ଚାପୁଡ଼ା ମାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More