Only for Entertainment

ସଲମାନଙ୍କ ପରେ ଏବେ କ୍ୟାଟରୀନା କୈଫ କ୍ରିକେଟ ଖେଳୁଥିବାର ଭିଡିଓ ଭାଈରାଲ !

49

କ୍ୟାଟରୀନା କୈଫଙ୍କ ବ୍ୟାଟିଂ ଦେଖି ଭାରତୀୟ କ୍ରିକେଟ ଟିମଙ୍କ ଝାଳ ବାହାରିଯିବ । ଆଜ୍ଞା ହଁ, କ୍ୟାଟରୀନାଙ୍କ ବିଷୟରେ ଏହା କୌଣସି ଥଟ୍ଟା ନୁହେଁ । ଭାରତ ଫିଲ୍ମ ସୁଟିଂ ସମୟରେ କ୍ୟାଟରୀନା କ୍ରିକେଟ ମଇଦାନରେ ଏଭଳି ଶଟ ମାରିଛନ୍ତି, ଯାହା ଦେଖି ମଜା ଆସିଯାଇଛି । କିଛି ଦିନ ପୂର୍ବେ ‘ଭାରତ’ ସେଟ୍ ରେ ସଲମାନ ଖାନ ମଧ୍ୟ କ୍ରିକେଟ ଖେଳୁଥିବାର ନଜର ଆସିଥିଲେ, ଯାହା ଭାଇରାଲ ହୋଇଥିଲା । କ୍ୟାଟରୀନା କୈଫଙ୍କ ଏହି ଭିଡିଓ ମଧ୍ୟ ୩ଘଂଟାରେ ୧୨ଲକ୍ଷ ଭ୍ୟୁ ହୋଇଥିଲା । ଏହି ଭିଡିଓରେ କ୍ୟାଟ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ବିଷୟରେ ମଧ୍ୟ କହିଛନ୍ତି । କ୍ୟାଟରୀନା ଏହି ଭିଡିଓ ତାଙ୍କ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ କ୍ୟାଟରୀନା କୈଫ ଏବଂ ସଲମାନ ଖାନ ‘ଭାରତ’ ଫିଲ୍କର ସୁଟିଂରେ ବ୍ୟସ୍ତ ଅଛନ୍ତି । କ୍ୟାଟରୀନା କୈଫ ଏବଂ ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଲୀ ଅବାସ ଜଫର । ଅଲୀ ଏହା ପୂର୍ବରୁ କ୍ୟାଟରୀନା ଏବଂ ସଲମାନଙ୍କ ଟାଇଗର ଜିନ୍ଦା ହେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମ ‘ଭାରତ’ ଚଳିତ ବର୍ଷ ଇଦ୍ ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More