Only for Entertainment

ଦୀପିକାଙ୍କ ସହିତ ଆଇଟମ ସଙ୍ଗ କରିବାକୁ ଚାହାଁନ୍ତି କ୍ୟାଟ୍ରିନା !

indiatvnews
27

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ କ୍ୟାଟ୍ରିନା କୈଫ ଏକ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି । କ୍ୟାଟ୍ରିନା ନିଜ ବୟାନ ରେ କହିଛନ୍ତି ଯେ, ସେ ଦୀପିକା ପାଦୁକୋନଙ୍କ ସହିତ ଆଇଟମ ନମ୍ବର କରିବାକୁ ଚାହାଁନ୍ତି । ନିକଟରେ କ୍ୟାଟ୍ରିନା ପପୁଲାର ଟକ ଶୋ’ରେ ଅନିତା ଶ୍ରଫ ଅଦଜାନିଆଙ୍କ ସହିତ ଆଲୋଚନା କରିବାର ନଜର ଆସିଥିଲେ । ଏହି ଟକ ଶୋ’ରେ କ୍ୟାଟ୍ରିନା ଅନେକ ଆଶ୍ଚର୍ଯ୍ୟକର ଖୁଲାସା କରିଥିଲେ ।

ଶୋ’ରେ କାହା ସହିତ ଆଇଟମ ନମ୍ବର କରିବା ପାଇଁ ଚାହଁ ପ୍ରଶ୍ନର ଉତ୍ତର ଦେଇ କ୍ୟାଟ୍ରିନା କହିଥିଲେ, ‘ମୁଁ ଆଇଟମ ନମ୍ବର ଦୀପିକା ପାଦୁକୋନଙ୍କ ସହିତ କରିବା ପାଇଁ ଚାହିଁବି । ଏହା ଏକ ଭଲ ଅନୁଭୂତି ଦେବ ବୋଲି ମୁଁ ଆଶା କରୁଛି । ଦୀପିକା ଜଣେ ଭଲ ଡ୍ୟାନ୍ସର । ତାଙ୍କର ଷ୍ଟାଇଲ ହୃଦୟ ଛୁଇଁ ନିଏ । ଏବଂ ତାଙ୍କ ଡ୍ୟାନ୍ସ ଖୁବ ସୁନ୍ଦର ହୋଇଥାଏ ।’

ତେବେ ଫ୍ୟାନ୍ସ ତ ଅପେକ୍ଷା କରି ରହିଛନ୍ତି କେବେ ଏହି ଦୁଇ ଷ୍ଟାରଙ୍କୁ କୌଣସି ନିର୍ଦ୍ଦେଶନ ନିଜ ଫିଲ୍ମରେ ନେବେ । କ୍ୟାଟ୍ରିନାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’ରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସଲମାନ ଖାନ ଲିଡ ରୋଲରେ ନଜର ଆସିବେ । ଫିଲ୍ମର ଟ୍ରେଲର ରିଲିଜ ହୋଇ ସାରିଥିବା ବେଳେ । ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମ ଚଳିତ ବର୍ଷ ଇଦରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More