ପବିତ୍ର କାର୍ତ୍ତିକ ମାସରେ ଓଡ଼ିଶାର ଓଡ଼଼ିଶାର ଲୋକପ୍ରିୟ ଏଫଏମ୍ ରେଡିଓ ଚକଲେଟରେ ରିଲିଜ ହୋଇଯାଇଛି ଏକ ଭକ୍ତିଭରା ଭଜନ ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’ । ଭକ୍ତ ସାଲବେଗଙ୍କ ରଚନାକୁ ନୂତନ ଶୈଳୀରେ ସଙ୍ଗୀତରେ ସଜାଇଛନ୍ତି ଓ କଣ୍ଠଦାନ କରିଛନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠ ଶିଳ୍ପୀ ଶିବରଥ । ଆଠ ମିନିଟର ଏହି ଭଜନଟି ସଂଗ୍ରାମ ମିଶ୍ରଙ୍କ କ୍ରିଏଟିଭ୍ ସୁପରଭିଜନରେ ପ୍ରସ୍ତୁତ ହୋଇଛି ।
https://www.youtube.com/watch?v=yQExnMlc9gw
ଶୁକ୍ରବାରରେ ରିଲିଜ ହୋଇଥିବା ଏହି ଗୀତଟିକୁ ଶ୍ରୋତାମାନେ ରେଡିଓ ଚକଲେଟରେ ଶୁଣିପାରିବେ । ରେଡିଓ ଚକଲେଟର ୟୁଟ୍ୟୁବ ପେଜରେ ଏହାର ଷ୍ଟୁଡିଓ ଭର୍ସନ ଦେଖିପାରିବେ । ଏହା ସହ ଶ୍ରୋତାମାନେ ରେଡିଓ ଚକଲେଟର ଆପରେ ମଧ୍ୟ ଗୀତଟି ଶୁଣିପାରିବେ । ରେଡିଓ ଚକଲେଟର ଆପକୁ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ କରି ପାରିବେ ।