Only for Entertainment

ଶାହରୁଖଙ୍କ ପ୍ରତି ଥିବା ନିଜ ଭଲପାଇବାକୁ ବଖାଣିଲେ ଏହି ଅଭିନେତ୍ରୀ, କହିଲେ ଶାହରୁଖ ବିବାହିତ ଜାଣି ଖୁବ କାନ୍ଦିଥିଲି ।

Bollyworm
36

କିଙ୍ଗ ଖାନ ଶାହରୁଖଙ୍କ ଦିୱାନାଙ୍କ ସଂଖ୍ୟା କିଛି କମ ନୁହେଁ । ହେଲେ ଏବେ ବଲିଉଡର ଜଣେ ଅଭିନେତ୍ରୀ ଖୁଲମଖୁଲ୍ଲା ଶାହରୁଖଙ୍କ ପ୍ରତି ତାଙ୍କର ଥିବା ଭଲ ପାଇବାକୁ ବଖାଣିଛନ୍ତି । ଏବେ ବି ସିଏ ଶାହରୁଖଙ୍କୁ ଭଲ ପାଉଥିବା କହୁଥିଲାବେଳେ ତାଙ୍କର ଅନୁରୋଧ ମୋତେ ବିବାହ ନକଲେ ଚଳିବ, ହେଲେ ଅତି କମରେ ମୋ ସହିତ ଶାହରୁଖ ଗୋଟିଏ ଫିଲ୍ମରେ କାମ କରନ୍ତୁ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି, ଫାତିମା ସନ୍ନା ଶେଖ । ସେ ନିଜ ପିଲାବେଳେ ଶାହରୁଖଙ୍କ ସହ ଏକ ଫିଲ୍ମରେ କାମ କରିଥିଲେ । ଏହି ଫିଲ୍ମର ନାମ ହେଉଛି, ୱାନ ଟୁ କା ଫୋର ।

fatima

ଫାତିମା କହିଛନ୍ତି ଯେ, ଗୋଟିଏ ଦିନ ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ, ଶାହରୁଖ ବିବାହିତ, ସେହି ଦିନ ମୁଁ ଖୁବ କାନ୍ଦିଥିଲି । ମୁଁ ତାଙ୍କର ଜଣେ ବଡ ପ୍ରଶଂସକ । ଆଜି ବି ମୁଁ ତାଙ୍କୁ ଭଲ ପାଏ । ବର୍ତ୍ତମାନ ମୁଁ ତାଙ୍କର ରିଲିଜ ହେବାକୁ ଥିବା ଫିଲ୍ମ ‘ଜିରୋ’କୁ ଉତ୍ସାହର ସହ ଅପେକ୍ଷା କରିଛି । ପିଲାବେଳେ ମୁଁ ତାଙ୍କୁ ଭଲ ପାଉଥିଲି, ବିବାହ କରିବାର ସ୍ୱପ୍ନ ମଧ୍ୟ ଦେଖିଥିଲି । ହେଲେ ଜାଣି ନଥିଲି, ସେ ବିବାହିତ ବୋଲି । ଆଜି ବି ମୁଁ ତାଙ୍କୁ ଭଲ ପାଉଛି । ଏହାକୁ ନେଇ ଯଦି ଲୋକେ ମୋତେ ପାଗଳ କହିବେ, ସେଥିରେ ମୋର ଦୁଃଖ ମଧ୍ୟ ନାହିଁ । ଯଦିଓ ମୁଁ ତାଙ୍କ ସାମ୍ନାରେ କେବେ ବି ଭଲ ପାଏ ବୋଲି କହି ନାହିଁ, ତଥାପି ସେ ମୋ ହୃଦୟ ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛନ୍ତି ବୋଲି ଫାତିମା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More