Only for Entertainment

ଜାଣନ୍ତୁ ଆଜିର ରାଶିଫଳ

30

ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବ୍ୟବସାୟରେ ପ୍ରଗତି ହେବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହିଛି। ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଶାରଳା।

ବୃଷ: ବେପାରରେ ଉନ୍ନତି ପାଇଁ ଭଲ ଦିନଟିଏ। ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଚାକିରିରେ କର୍ତ୍ତୃତ୍ବ ବୃଦ୍ଧି ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

ମିଥୁନ: ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ; କାର୍ଯ୍ୟ କ୍ଷେତ୍ରରେ ପ୍ରଶ˚ସା ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

କର୍କଟ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ନୂଆ କାମର ଶୁଭାରମ୍ଭ ପାଇଁ ଶୁଭ ସମୟ। ରାଜନୀତିରେ ଲାଭ ପାଇବାର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ସତ୍ୟନାରାୟଣ।

ସି˚ହ: କୌଣସି କାର୍ଯ୍ୟ ତରବରିଆ ଭାବେ କଲେ କ୍ଷତି ହୋଇପାରେ। କୌଣସି ମିତ୍ରଙ୍କ ସହାୟତାରେ ଆରାମରେ ନିଃଶ୍ବାସ ନେବେ। ଦୂରସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କନ୍ୟା: ସ୍ବଭାବରେ ରୋମାଞ୍ଚକର ସତେଜତା ଦେଖିବେ। ଅଟକିଥିବା ପଇସା ପାଇବେ। ସ˚ପତ୍ତି ବିବାଦ ସମାପ୍ତ ହେବ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

ତୁଳା: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ ଏବ˚ ତହିଁରୁ ଲାଭ ପାଇବେ। ସ˚ପର୍କରେ ପ୍ରେମ ଓ ସୌହାର୍ଦ୍ଦ୍ୟ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

ବିଛା: ଆପଣ ଖୁସ୍‌ ମିଜାଜ‌େର ରହିବେ। ଜୀବନସାଥୀ ଓ ବନ୍ଧୁଙ୍କ ସହିତ ହାସ୍ୟକୌତୁକ କରିବେ। ଆପଣ କିଛି ଏଭଳି କାମ କରିବେ ଯାହା ଦ୍ବାରା ଆପଣଙ୍କୁ ଆର୍ଥିକ ଲାଭ ମିଳିବ। ଘରକୁ ଅତିଥିଙ୍କ ଆସିବା-ଯିବା ଲାଗି ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

ଧନୁ: ଆଜି ଅନ୍ୟମାନଙ୍କ ଭାବନା ପ୍ରତି ବିଶେଷ ସମ୍ବେଦନଶୀଳ ରହିପାରନ୍ତି। କର୍ମକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ। ନୂଆ ଜିନିଷ କିଣିବା ପାଇଁ ଶୁଭ ସମୟ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ମେରୁନ। ଆରାଧନା: ପ୍ରଭୁ ହନୁମାନ।

ମକର: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ବୟୋଜ୍ୟେଷ୍ଠଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଜୀବନସାଥୀଙ୍କ ଠାରୁ ପ୍ରେମ ଓ ସୁଖ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ବର।

କୁମ୍ଭ: ଈଶ୍ବରଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ମହତ୍ତ୍ବପୂର୍ଣ୍ଣ କାମରେ ଧୢାନ ଦେବେ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ବେପାରୀଙ୍କୁ ଅଚାନକ ଧନଲାଭ ହେବ। ପ୍ରେମ ଆଳାପ ପାଇଁ ଦିନଟି ଭଲ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

ମୀନ: ଆତ୍ମସମୀକ୍ଷାରେ ସମୟ ବିତିବ। ଆପଣଙ୍କ ସହିତ ଭୁଲ କରିଥିବା ବ୍ୟକ୍ତିଙ୍କୁ କ୍ଷମା କରି ଦିଅନ୍ତୁ। ମନ୍ଦିରକୁ ଯାଇ ଠାକୁର ଦର୍ଶନ କରନ୍ତୁ; ଆପଣଙ୍କର ଗୋଟେ ପରେ ଗୋଟେ କାମ ପୂରା ହେବ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More