Only for Entertainment

ଜାଣନ୍ତୁ ଆଜିର ରାଶିଫଳ

153

ମେଷ: ଆଜି ଆପଣଙ୍କୁ ପରିଶ୍ରମ ବଳ ଉପରେ ଧନଲାଭ ହୋଇପାରେ। ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଜ୍ଞାନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଭଲ। ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। ଇ˚ଜିନିଅରଙ୍କ ଲାଗି ଦିନଟି ଭଲ। ଆପଣଙ୍କ ଚୟନ ସରକାରୀ ଚାକିରିରେ ହୋଇପାରେ। ମହିଳାଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ମିଥୁନ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ। ଅଫିସରେ ଆପଣଙ୍କ ମତ ରଖିବାରେ ସଫଳ ହେବେ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିପାରେ। ପ୍ରେମୀଜନଙ୍କ ଠାରୁ ସୁଖ ଓ ସନ୍ତୋଷ ମିଳିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

କର୍କଟ: ବିଚାରରେ ସକାରାତ୍ମକ ବଜାୟ ରହିବ। ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ବ୍ୟବସାୟୀଙ୍କୁ ପୂର୍ବରୁ କରିଥିବା ଯୋଜନାରୁ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ମନରେ ଦ୍ବନ୍ଦ୍ବ ରହିବ, କିନ୍ତୁ ବ୍ୟବହାର ମଧୁର ରହିବ। ଆପଣଙ୍କୁ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ତ୍ୟାଗ କରନ୍ତୁ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ବଗଳାମୁଖୀ।

କନ୍ୟା: ଆପଣଙ୍କ ବ୍ୟକ୍ତିତ୍ବକୁ ବିସ୍ତାରିତ କରିବା ଲାଗି ଚେଷ୍ଟା କରିବେ। ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। କ˚ପାନିରେ ଚାକରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ବା ଦରମା ବୃଦ୍ଧି ହୋଇପାରେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ତୁଳା: ଆପଣଙ୍କ ମନରେ ବିଭିନ୍ନ ଚିନ୍ତା ସୃଷ୍ଟି ହେବ। ଆପଣଙ୍କର ସବୁ ସମୟରେ ପୂରା ହୋଇଯିବ। ବିରୋଧୀମାନେ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ଚାକିରିଆଙ୍କୁ ଭଲ ଖବର ମିଳିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭଦ୍ରକାଳୀ।

ବିଛା: କିଛି ଲୋକ ଆପଣଙ୍କ ଉପରେ ପ୍ରଭାବିତ ହେବେ। ବ୍ୟବସାୟ ମାମଲାରେ ଦିନଟି ବଢ଼ିଆ। ଉଧାର ଦେଇଥିବା ପଇସା ମିଳିବାର ଆଶା ରହିଛି। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ପୁରୁଣା କଥା ଦାଂପତ୍ୟ ଜୀବନକୁ ମଧୁର କରିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀକୃଷ୍ଣ।

ଧନୁ: ପୁରୁଣା କଥାକୁ ନେଇ ଆପଣ ଟିକେ ଚିନ୍ତାରେ ରହିପାରନ୍ତି। କୌଣସି ଅନୁଭବୀ ବ୍ୟକ୍ତିଙ୍କ ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହେବେ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ମକର: ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। କାର୍ଯ୍ୟକ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବ୍ୟବସାୟରେ ଫାଇଦା ପାଇଁ କୌଣସି ବ୍ୟକ୍ତି ମିଳିବେ। ଘରକୁ ନୂଆ ବନ୍ଧୁ ଆସିବା ହେତୁ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜ‌ାଈ।

କୁମ୍ଭ: ଆପଣଙ୍କ କିଛି ନୂଆ କରିବା ପାଇଁ ଭାବି ପାରନ୍ତି। ବ୍ୟାବସାୟିକ କାମରେ ଯାତ୍ରାର ଯାଇ ପାରନ୍ତି। ଚାକିରିଆଙ୍କ ଲାଗି ଲାଭର ସ୍ଥିତି ଉତ୍ପନ୍ନ ହେବ। ମିତ୍ରଙ୍କ ଘର ଆଗମନରେ ଖୁସିର ମାହୋଲ ବଜାୟ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ସନ୍ତୋଷୀମାତା।

ମୀନ: ଦିନଟି ଖୁସି ଭରା ରହିବ। ଆପଣ ନୂଆ ଲକ୍ଷ ହାସଲ କରିବେ। କାର୍ଯ୍ୟକ୍ଷେତ୍ରରେ କୌଣସି ବ୍ୟକ୍ତି ବନ୍ଧୁତାର ହାତ ବଢ଼ାଇବେ। ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ପାଇବେ। ଆପଣଙ୍କର ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More