Only for Entertainment

ଆଉ ନାହାଁନ୍ତି ବିଶିଷ୍ଟ କଳାକାର ଖୟାମ

inkhabar
41

ଗତ କିଛି ଦିନ ପୂର୍ବରୁ ଆମେ ବିଶିଷ୍ଟ କଳାକାର ଖୟାମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାଇଥିଲୁଚିନ୍ତୁ ତାଙ୍କୁ ନେଇ ହଠାତ ଆସିଛି ଏକ ଖରାପ ଖବର ।ଖବର ଅନୁସାରେଖ୍ୟାତନାମା ସଙ୍ଗୀତଜ୍ଞ ମହମ୍ମଦ ଜହୁର ଖୟାମ ହାସ୍‌ମିଙ୍କର ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ତେବେ ଖୟାମଙ୍କ ପରଲୋକରେ ରାଜନୈତିକ ବ୍ୟକ୍ତିଙ୍କ ସମେତ ବଲିଉଡ ଜଗତ ମଧ୍ୟ ଶୋକ ପ୍ରକାଶ କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଲେଖିଛନ୍ତି ଯେ କିଛି ଏଭଳି କମ୍ପୋଜିସନ ଯାହାକି ସବୁବେଳେ ମନେ ରହିଥାଏ, ସେହି କଥା କହିଲେ ଖୟାମ ମହାଶୟ ସବୁବେଳେ ମନେପଡିବେ |

 

ସେହିପରି କଣ୍ଠଶିଳ୍ପୀ ଲତା ମଙ୍ଗେସକର ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ଖୟାମ ମହାଶୟ ଆମ ଭିତରେ ନାହାନ୍ତି ଯାହାକୁ ଶୁଣି ଏତେ ଦୁଃଖ ହେଉଛି ଯେ ଯାହାକୁ ମୁଁ କହିପାରିବିନି | ଖୟାମ ସାହେବଙ୍କ ସହ ସଂଗୀତର ଏକ ଯୁଗର ମଧ୍ୟ ଅନ୍ତ ହୋଇଛି |

 

ଏଠାରେ ସୂଚନା ଥାଉ କି ଫୁସଫୁସରେ ସଂକ୍ରମଣ ଯୋଗୁ ତାଙ୍କୁ ଗତ ୧୫ ତାରିଖରେ ମୁମ୍ବାଇର ସୁଜୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ‌ସେ ଆଇସିୟୁରେ ରହିଥିଲେ। ତେବେ ସୋମବାର ରାତିରେ ତାଙ୍କର ପରଲୋକ ହୋଇଯାଇଛି। ଉମରାଓ ଜାନ୍‌, ବାଜାର୍, ଖାନ୍‌ଦାନ୍ ଏବଂ କଭି କଭି ଭଳି ସିନେମାର ସଙ୍ଗୀତ ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More