Only for Entertainment

ଏହି ନାୟିକାଙ୍କ ସହ କରଣ ଜୋହରଙ୍କ ଶୋ’ରେ ନଜର ଆସିବେ ରାଜ କୁମାର ରାଓ !

bollywoodlife
15

କରଣ ଜୋହରଙ୍କ କଫି ୱିଥ କରଣ ସିଜନ ୬ଆରମ୍ଭ ହୋଇ ସାରିଲାଣି । ଏହି ସିଜନରେ ଅନେକ ମଜାଦାର ଦେଖିବାକୁ ମିଳିସାରିଲାଣି । ଆଗକୁ ମଧ୍ୟ ଏହିଭଳି କିଛି ଦେଖିବାକୁ ମିଳିବ । ପ୍ରଥମ ଏପିସୋଡରେ ନଜର ଆସିଥିଲେ ଦୀପିକା ଏବଂ ଆଲିୟା । ଏବେ ଏହି ସିଜନରେ ରାଜକୁମାର ରାଓ ଆସିବେ । ତାଙ୍କ ସହ କିଏ ଆସିବେ ଏହାକୁ ନେଇ ହେଉଛି ଏବେ ଚର୍ଚ୍ଚା । ନିକଟରେ ଶୁଣିବାକୁ ମିଳିଥିଲା ଯେ ରାଜକୁମାରଙ୍କ ସହ ଶ୍ରଦ୍ଧା ଆସିବେ ।

ମାତ୍ର ତାଜା ରିପୋର୍ଟ ମୁତାବକ ଶ୍ରଦ୍ଧା ରାଜକୁମାରଙ୍କ ସହ ନଜର ଆସିବେ ନାହିଁ । ଏବେ ପ୍ରଶ୍ନ ଆସୁଛି ଯେ ରାଜକୁମାର କ’ଣ ଅମୀର ଖାନଙ୍କ ଭଳି ଏକା ଆସିବେ ଶୋ’ କୁ , କିମ୍ବା ଆଉ କାହା ସହ ଜବରଦସ୍ତ ଏଂଟ୍ରି ନେବା କୁ ଯାଉଛନ୍ତି ?

ଶୁଣିବାକୁ ମିଳିଛି ଯେ ରାଜକୁମାରଙ୍କ ସହ ନଜର ଆସିପରନ୍ତି ଭୂମି ପେଡନେକର । ତେବେ ଏହା କେତେ ଦୂର ସତ ତାହା ତ କେବଳ ସମୟ କହିବ । ମାତ୍ର ମଜାଦାର କଥା ହେଲା ଏହି ଶୋ’ ପୁର୍ବରୁ ଦୁହିଁଙ୍କୁ ଏକାଠି କୌଣସି ଫିଲ୍ମରେ ଦେଖିବାକୁ ମିଳି ନଥିଲା । ଏହି ଷ୍ଟାରଙ୍କ ବ୍ୟତୀତ ଜାହ୍ନବୀ-ଅର୍ଜୁନ କପୂର , ଅକ୍ଷୟ କୁମାର- ରଣବୀର ସିଂ , କ୍ୟାଟରୀନା-ବରୁଣ ଧୱନ , ସୈଫ ଅଲ୍ଲୀ ଖାନ- ସାରା ଅଲ୍ଲୀ ଖାନ ଏବଂ ଅମୀର ଖାନ , ସୋନମ କପୂର, ରିୟା ଏବଂ ହର୍ଷବର୍ଦ୍ଧନଙ୍କ ଭଳି ଚେହେରା ମଧ୍ୟ ନଜର ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More