Only for Entertainment

ପାରମ୍ପାରିକ ଡ୍ରେସରେ କୃତି ସାନନ କଲେ ଡାନ୍ସ, ଶେୟାର କଲେ ମଜାଦାର ଭିଡିଓ !

34

ବଲିଉଡ ଅଭିନେତ୍ରୀ କୃତି ସାନନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ଅନେକ ସମୟରେ କୃତିଙ୍କ ଫଟୋ ଏବଂ ଭିଡିଓ ଇଂଟରନେଟ ଭାଇରାଲ ହୋଇଥାଏ । ନିକଟରେ କୃତି ସୋସିଆଲ ମିଡିଆରେ ଟ୍ରାଡିସନାଲ ପୋଷାକରେ ଡାନ୍ସ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଭିଡିଓରେ ନିଜ ଫିଲ୍ମ ‘ଲୁକା ଛୁପି’ଗୀତ କୋକା କୋଲାରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଗୀତରେ ସେ ପାରମ୍ପାରିକ ଶାଢୀ ପିନ୍ଧି ‘ଲୁକାଛୁପି’ ଗୀତରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ତାଙ୍କ ଏହି ଭିଡିଓ ତାଙ୍କ ଭ୍ୟାନିଟି ଭ୍ୟାନରେ ନିଆଯାଇଛି ।

କୃତି ସାନନ ନିଜ ଅପକମିଂ ପ୍ରୋଜେକ୍ଟ ‘ମିମି’ର ପ୍ରସ୍ତୁତିରେ ବ୍ରସ୍ତ ଅଛନ୍ତି , କିନ୍ତୁ ଏହା ପୂର୍ବରୁ ଅର୍ଜୁନ କପୂରଙ୍କ ସହ ଫିଲ୍ମ ‘ପାନିପତ’ରେ ନଜର ଆସିବେ । ପାନିପତରେ କୃତି ପାର୍ବତୀ ବାଇ ଭୂମିକା ତୁଲାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More