ମହାରାଷ୍ଟ୍ର ବନ୍ୟା : ସିଏମ୍ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଦାନ କଲେ ରିତେଶ ଦେଶମୁଖ, ଫଟୋ ସେୟାର କରି ଧନ୍ୟବାଦ କଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ସଙ୍ଗଲୀ ଏବଂ କେହ୍ଲାପୁରରେ ବନ୍ୟା ପାଇଁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି । ବନ୍ୟା ପାଇଁ ଏଠାର ଅନେକ ଗ୍ରାମ ଜଳମଗ୍ନ ହୋଇ ରହିଛି । ଏପରି ସ୍ଥିତିରେ ବଲିଉଡ ଅଭିନେତା ରିତେଶ ଦେଶମୁଖ ଏବଂ ତାଙ୍କ ପତ୍ନୀ ଜେନେଲିଆ ଡିସୁଜା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଦାନ କରିଛନ୍ତି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାୱିସ ଟ୍ୱିଟ କରି ରିତେଶ ଏଂବଂ ଜେନେଲିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଚେକ ଦେଉଥିବାର ଫଟୋ ସେୟାର କରି ଲେଖିଛନ୍ତି, ‘ଧନ୍ୟବାଦ ରିତେଶ ଏବଂ ଜେନେଲିଆ ଦେଶମୁଖ । ଆପଣ ପନ୍ୟା ପିଡିତାଙ୍କ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଦାନ କରିଛ ।’
Thank you Riteish and Genelia Deshmukh for the contribution of ₹25,00,000/- (₹25 lakh) towards #CMReliefFund for #MaharashtraFloods !
@Riteishd @geneliad pic.twitter.com/Y6iDng2epD
— Devendra Fadnavis (@Dev_Fadnavis) August 12, 2019
ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ ପରେ ରିତେଶ ଏହାକୁ ନେଇ ରି ଟ୍ୱିଟ କରିଛନ୍ତି, ‘ କିଛି ଦିନରୁ ବନ୍ୟା ମହାରାଷ୍ଟ୍ର ଏବଂ ଦେଶର ଅନେକ ଅଂଚଳକୁ ଅସ୍ତ ବ୍ୟସ୍ତ କରିଦେଇଛି । ଏହାର ଫଟୋ ଏବଂ ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜେନେଲିଆ ଏବଂ ମୁଁ ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରି ‘ଦେଶ ଫାଉଣ୍ଡେସନ’ ତରଫରୁ ଏହା ଦାନ କରିଛୁ ।’