Only for Entertainment

ରିଲିଜ ହେଲା ଫିଲ୍ମ ‘ମଲାଲ’ର ଟ୍ରେଲର, ଦେଲଖିବାକୁ ମିଳିଲା ଦୁଇ ନବାଗତ ଷ୍ଟାରଙ୍କ କେମେଷ୍ଟ୍ରୀ

NewsX
30

ବଲିଉଡରେ ଏବେ ଷ୍ଟାର କିଡଙ୍କ ଡେବ୍ୟୁ ପର୍ବ ଚାଲିଥିବା ବେଳେ ସଂଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ମଲାଲରେ ଦୁଇ ନବାଗତ ଷ୍ଟାରଙ୍କୁ ଦେଖିବାକୁ ମିଳିଛି । ଏହି ଦୁଇ ଷ୍ଟାର ହେଉ ଛନ୍ତି ସଂଜୟ ଲୀଲା ଭଂସାଲୀଙ୍କ ଭାଣଜୀ ଶରମିନ ସେହଗଲ ଏବଂ ଜାବେଦ ଜାଫରୀଙ୍କ ପୁଇ ମୀଜାନ । ନିକଟରେ ଏଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫମିଲ୍ମର ଟ୍ରେଲର ମଧ୍ୟ ଦର୍ଶକଙ୍କବୁ ଖୁବ ପସନ୍ଦ ଆସିଛି ।

ଫିଲ୍ମର କାହଣୀ ବିଷୟରେ କହିବାକୁ ଗଲେ, ମୁମ୍ବାଇରେ ମରାଠୀ ବ୍ୟାକଗ୍ରାଉଣ୍ଡର ହୋଇନଥିବା ଲୋକେ କିପରି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ତାହା ହେଖିବାକୁ ମିଳିଛି । ଫିଲ୍ମରେ ଲିଡ ରୋଲରେ ଥିବା ଶିବା ଏବଂ ଆସ୍ଥା ଯେ କି ଦୁଇଟି ଭିନ୍ନ ବ୍ୟାକଗ୍ରାଉଣ୍ଡରୁ ଆସିଛନ୍ତି ସୋମାନଙ୍କ ମଧ୍ୟରେ ଥିବା ଭଲ ପାଇବା ମଧ୍ୟ ଟ୍ରେଲରରେ ଦେଖିବାକୁ ମିଳିଛି । ଫିଲ୍ମର ନିର୍ଦ୍ଦେଶନା ମଙ୍ଗେଶ ହାଡୱାଲେ ଦେଇଥିବା ବେଳେ ଏହାକୁ ସଂଜୟ ଲୀଲା ଭଂସାଲୀ ଏବଂ ଟି-ସିରିଜ ମିଳିତ ଭାବେ ପ୍ରଢ୍ୟୁସ କରୁଛନ୍ତି । ଫିଲ୍ମ ୨୮ ଜୁନ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More