ସୋନମଙ୍କ ଜନ୍ମଦିନ ପାର୍ଟିରେ ମଲାଇକା ଅରୋରାଙ୍କ ଦେଶୀ ଲୁକ, ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ
ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜି ନିଜର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । କିଛି ସମୟ ପୂର୍ବରୁ ସୋନମ ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ବଲିଉଡର ଅନେକ କଳାକାର ଯୋଗ ଦେଇଥିଲେ । କିନ୍ତୁ ପାର୍ଟିରେ ମଲାଇକା ଏଣ୍ଟ୍ରି କରିବା ପରେ ତାଙ୍କ ଠାରେ ସମସ୍ତଙ୍କ ନଜର ଅଟକି ଯାଇଥିଲା ।
ପାର୍ଟିରେ ମଲାଇକା ଏକଦମ ଦେଶୀ ଲୁକରେ ନଜର ଆସିଥିଲେ । ମଲାଇକା ଅଫ ହ୍ୱାଇଟ କଲର ଫ୍ଲୋରାଲ ପ୍ରିଣ୍ଟେଡ ସାଢୀରେ ଖୁବ ସୁନ୍ଦର ଦେଖାଯାଉଥିଲେ । ଏହା ସହିତ ସେ ହେଭି ନେକପିସ, ମୁଣ୍ଡରେ ବନ ଏବଂ ମଥାରେ ଟିକା ସହିକ ଲୁକକୁ କମ୍ପଲିଟ କରିଥିଲେ । ମଲାଇକାଙ୍କ ଏହି ଅନ୍ଦାଜ ଦେଖି ଅର୍ଜୁନ ତ ନିଶ୍ଚୟ ଫିଦା ହୋଇଯିବେ ।
କହିରଖୁଛୁ ଯେ, ମଲାଇକାଲଙ୍କ ବ୍ୟତିତ ପାର୍ଟିରେ ଜାହ୍ନବୀ କପୁର, ଅନନ୍ୟା ପାଣ୍ଡେ, ଶନାୟା କପୁର, ବରୁଣ ଧୱନ, କରିଶ୍ମା କପୁର, ମାହିପ କପୁର, ଅର୍ଜୁନ କପୁର ଏବଂ ଖୁସୀ କପୁରଙ୍କ ସହିକ ଅନେକ କଲାକାର ପହଁଚିଥିଲେ ।