Only for Entertainment

ଅର୍ଜୁନଙ୍କ ସହିତ ଡ୍ରିମ ୱେଡିଙ୍ଗ କରିବାକୁ ଚାହୁଁଛନ୍ତି ସଲମାନଙ୍କ ଭାଉଜ!

india today
16

ବଲିଉଡର ଲଭ ବର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର ସବୁବେଳେ ନିଜ ରିଲେସନସିପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛି ଦିନ ହେବ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ପୂର୍ବରୁ ଦୁହେଁ ଏହାକୁ ଖଣ୍ଡନ କରୁଥିବା ବେଳେ ଏବେ ମଲାଇକା ନିଜ ରିଲେସନକୁ ନେଇ ମୁହଁ ଖୋଲିଛନ୍ତି । କିଛି ଦିନ ତଳେ ମଲାଇକା ଅରୋରାଙ୍କ ଜନ୍ମ ଦିନରେ ଅର୍ଜୁନ କପୁର ଅଭିନେତ୍ରୀଙ୍କ ସହ ଏକ ରୋମାଂଟିକ ଫଟୋ ଶେୟାର କରିଥିଲେ । ନିକଟରେ ହିଁ ମଲାଇକା ଅରୋରା, ଅର୍ଜୁନ କପୁରଙ୍କ ସହିତ ବିବାହ କରିବାକୁ ନେଇ ମୁହଁ ଖୋଲିଛନ୍ତି । ସେ ଏହାର ଖୁଲାସା ନେହା ଧୁପିଆଙ୍କ ଚ୍ୟାଟ ଶୋ’ ‘ନୋ ଫିଲ୍ଟର’ ମାଧ୍ୟମରେ ପ୍ରକାଶ କରିଛନ୍ତି । ସେ କହିଛନ୍ତିଯେ ଆମର ଡ୍ରିମ ୱେଡିଙ୍ଗ ହେବ, ଏବଂ ଏହା ହ୍ୱାଇଟ ୱେଡିଙ୍ଗ ସେରମନୀ ହେବ । ସେ ତାଙ୍କ ଗର୍ଲ ଗ୍ୟାଙ୍ଗ ସହିତ ବ୍ରାଇଡସମେଡସ କରିବେ ।ଏହା ବ୍ୟତୀତ ସେ କହିଛନ୍ତି କି, ଅର୍ଜୁନଙ୍କୁ ଲାଗେ କି ସେ ତାଙ୍କର ଭଲ ଫଟୋ କ୍ଲିକ୍ କରିପାରନ୍ତି ।

 

 

View this post on Instagram

 

♥️

A post shared by Arjun Kapoor (@arjunkapoor) on

କହିରଖୁଛୁ କି, ମଲାଇକା ଅରୋରା ଏବଂ ଅର୍ଜୁନ କପୁର ନିଜ ରିଲେସନସିପକୁ ସାର୍ବଜନିକ ରୂପରେ ସ୍ୱୀକାର କରିଛନ୍ତି । ଅର୍ଜୁନଙ୍କ ଜନ୍ମଦିନ ଅବସରରେ ମଲାଇକା ଏକ ଫଟୋ ମଧ୍ୟ ଶେୟାର କରିଥିଲେ, ଯେଉଁଥିରେ ସେ ଅର୍ଜୁନଙ୍କ କପୁରଙ୍କ ପାଇଁ ତାଙ୍କ ଭଲ ପାଇବାକୁ ପ୍ରକାଶ କରିଥିଲେ । ଏହା ବ୍ୟତୀତ ଦୁଇଜଣ ସୋସିଆଲ ମିଡିଆରେ ମଧ୍ୟ ଉଭୟ ଉଭୟଙ୍କର ଫଟୋ ଓ ଭିଡିଓ ଉପରେ ବି କରନ୍ତି । ଏହା କଥାର ପ୍ରମାଣ ଅର୍ଜୁନ କପୁରଙ୍କ ଅପକମିଙ୍ଗ ଫିଲ୍ମ ପାନୀପତର ଲୁକ ଉପରେ କମେଂଟ ଦେଇଥିବା ଦେଖିବାକୁ ମିଳିଥିଲା । ଏହି କମେଂଟରେ ମଲାଇକା ‘ଉଫ୍, ଶାନଦାର’ ଲେଖି ନିଜ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More