Only for Entertainment

ହରର କମେଡି ୱେବ ସିରିଜରେ ଭୂତ ହୋଇ ଡରାଇବେ ମଲ୍ଲିକା ଶେରାୱତ !

35

ବଲିଉଡ ଅଭିନେତ୍ରୀ ମଲ୍ଲିକା ଶେରାୱତ ଅଧିକାଂଶ ନିଜ ଡ୍ରେସ କାରଣରୁ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଏବେ ଯେଉଁକାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି ତାହା ହେଉଛି ସେ ପୁଣି ଥରେ ପରଦାକୁ ଫେରୁଛନ୍ତି । ଆଜ୍ଞା ହଁ, ମଲ୍ଲିକା ୱେବସିରିଜ ରେ ପାଦ ରଖିବାକୁ ଯାଉଛନ୍ତି । ମଲ୍ଲିକା ଶେରାୱତ ଅନେକ ଦିନ ଧରି ଲାଇମଲାଇଟରୁ ଦୂରରେ ଥିଲେ । ସେ ଅଲ୍ଟ ବାଲାଜୀର ଚର୍ଚ୍ଚି ହରର ସିରିଜ ସବକି ଫଟେଗୀରେ ଦର୍ଶକଙ୍କ ନିକଟକୁ ଫେରୁଛନ୍ତି । ଏହା ଏକ ହରର କମେଡି ଫିଲ୍ମ ହେବ ଯେଉଁଥିରେ ମଲ୍ଲିକା ଶେରାୱତ ମୁଖ୍ୟ ଭୂମିକାରେ ନଜର ଆସିବେ ।

 

ଶୁଣିବାକୁ ମିଳିଛି ଯେ ଏହି ୱେବସିରିଜ ରେ ଏକ ବୋଲ୍ଡ ଭୂତୁଣୀ ଭୂମିକାରେ ନଜର ଆସିବେ ମଲ୍ଲିକା । ଏକତା କପୂରଙ୍କ ନିର୍ମିତ ଏହି ୱେବସିରିଜ ରେ ତାଙ୍କ ବ୍ୟତୀତ ତୁଷାର କପୂର ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More