Only for Entertainment

ଘରର କେଉଁ ଦିଗରେ କାଚ କିମ୍ବା ଦର୍ପଣ ରଖିଲେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ ? ଜାଣନ୍ତୁ !

125

ନୂଆ ବର୍ଷ ଆସିଲେ ସମସ୍ତେ ଭିନ୍ନ ଭିନ୍ନ ପ୍ରସ୍ତୁତି ଜାରି ରଖନ୍ତି । ନିଜକୁ ପରିବର୍ତ୍ତ କରିବାକୁ ନୂଆ ନିଷ୍ପତ୍ତି ହେଉ କିମ୍ବା ଅନ୍ୟକୁ ସାହାର୍ଯ୍ୟ କରିବାର ପ୍ରବୃତ୍ତି । ତାହା ଘରକୁ ନେଇ ହେଉ କିମ୍ବା ଆଖପାଖର ପରିବେଶ । ସେହିଭଳି କିଛି ବ୍ୟକ୍ତି ବାସ୍ତୁ ଅନୁସାରେ ଘରର ବିଭିନ୍ନ କୋଣକୁ ମଧ୍ୟ ପରିବର୍ତ୍ତ କରିଥାନ୍ତି । ତେବେ ବାସ୍ତୁକୁ କେହି ବିଶ୍ୱାସ କରନ୍ତିତ ଆଉ କେହି ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ଯେଉଁମାନେ ଏହାକୁ ବିଶ୍ୱାସ କରନ୍ତି ଏହା ସେମାନଙ୍କ ପାଇଁ ସାଧାରଣ ଟିପ୍ସ । ଯାହାକୁ ଜାଣିବା ନିହାତି ଆବଶ୍ୟକ । କାରଣ ଛୋଟ ଛୋଟ ଭୁଲ ପଦକ୍ଷେପ ମଧ୍ୟ ଜୀବନର ଗତିକୁ ପରିବର୍ତ୍ତନ କରିଦିଏ । ଆସନ୍ତୁ ତାହା ଉପରେ ନଜର ପକାଇବା ।

  • ସମସ୍ତଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । କିନ୍ତୁ ଭାଗ୍ୟ ପରିବର୍ତ୍ତନରେ ସୀସାର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି । ତେଣୁ କୁହାଯାଏ ଯେ ସୀସାକୁ ଠିକ ସାମ୍ନାରେ ରଖିବା ଅନୁଚିତ । କାରଣ ଏଥିରେ ନକରାତ୍ମକ ଶକ୍ତି ସଂଚାର ହୋଇଥାଏ ଯାହା ବ୍ୟକ୍ତିକୁ ନିରାଶାବାଦୀ କରିବା ସହିତ ପାରିବାରିକ ସମସ୍ୟା ମଧ୍ୟ ଉପୁଜାଇଥାଏ ।
  • ଡ୍ରେସିଙ୍ଗ ଟେବଲକୁ ଉତ୍ତର ପୂର୍ବ ଦିଗରେ ରଖିବା ଉଚିତ । ଯଦି ଏଡି ଦିଗରେ ସୀସାକୁ ରଖିବାକୁ ସୁବିଧା ହେଉନାହିଁ ତେବେ ଏହାକୁ ଏଭଳି ଦିଗରେ ରଖନ୍ତୁ ଯାହା ଦ୍ୱାରା ସେଥିରେ ସୂର୍ଯ୍ୟକିରଣ ପଡ଼ିପାରିବ ।
  • ଘରେ ଯଦି ଦୁଇଟି ଦର୍ପଣ ରହିଛି ତେବେ ତାହାକୁ ଆମ୍ନା ସାମ୍ନା କରି ରଖିବା ଅନୁଚିତ । ଉତ୍ତର ଏବଂ ପୂର୍ବ ଦିଗକୁ ସମୃଦ୍ଧି ଏବଂ ଖୁସିର ଦିଗ ବୋଲି କୁହାଯାଏ । ଦର୍ପଣକୁ ସବୁବେଳେ ଏହି ଦିଗରେ ଲଗାଇ ରଖିବା ଉଚିତ ।
  • ଘରେ କୌଣସି ପ୍ରକାରର ଭଙ୍ଗାରୁଜା ଜିନିଷ ରଖିବା ଅନୁଚିତ । ଏହା ଦ୍ୱାରା ଘରର ସମୃଦ୍ଧିରେ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଏ ସମସ୍ତ ଦିଗ ପ୍ରତି ଦୃଷ୍ଟି ନିକ୍ଷେପ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More