Only for Entertainment

ଟିଭି ଇଣ୍ଡଷ୍ଟ୍ରୀର ରାଜକୁମାରୀ ନାମରେ ପରିଚିତ ଏହି ଅଭିନେତ୍ରୀ ବିବାହ ପରେ ଛାଡିବେ ଇଣ୍ଡଷ୍ଟ୍ରୀ

ndtv
32

ଟିଭି ଅଭିନେତ୍ରୀ ମୋହେନା କୁମାରୀ ସିଂ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ । ମୋହନା ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ତଥା ଆଧ୍ୟାତ୍ମିକ ଗୁରୁ ସତପାଲ ମହାରାଜଙ୍କ ବୋହୂ ହେବାକୁ ଯାଉଛନ୍ତି । ଅଭିନେତ୍ରୀ ସତପାଲଙ୍କ ସାନ ପୁଅ ସୁୟଶ ରାୱତଙ୍କୁ ବିବାହ କରିବେ । ଏହି ବିବାହ ଉତ୍ତରାଖଣ୍ଡର ହରିଦ୍ୱାରରେ ହେବ ।

ବିବାହକୁ ଭବ୍ୟ କରିବା ପାଇଁ ସତପାଲ ମହାରାଜ ସମସ୍ତ ବ୍ୟବସ୍ଥା କରିଛନ୍ତି । ଏହି ବିବାହରେ ଯୋଗ ଦେବା ପାଇଁ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଅତିଥି ଆସି ପହଁଚିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ମୋହେନା ମଧ୍ୟ ଏକ ରାଜ ପରିବାରର ଝିଅ । ସେ ରିୱା (ମଧ୍ୟ ପ୍ରଦେଶ)ର ପୂର୍ବ ରାଜକୁମାରୀ ।

 

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର କ୍ୟାରିଅର ଆରମ୍ଭ କରିଥିବା ମୋହେନା ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କହଲାତା ହେ’ରୁ ଖୁବ ଚର୍ଚ୍ଚାକୁ ଆସିଥିଲେ । ମୋହନା ଟିଭି ବ୍ୟତିତ ଫିଲ୍ମ ‘ଏବିସିଡି : ଏନି ବଡି କ୍ୟାନ ଡ୍ୟାନ୍ସ’ରେ ମଧ୍ୟ ନଜର ଆସିଛନ୍ତି । ନିକଟରେ ମୋହେନା ଟିଭି ଦୁନିଆ ଛାଡିବା ନେଇ ବୟାନ ଦେଇଥିଲେ । ସେ କହିଥିଲେ, ବିବାହ ପରେ ସେ ମୁମ୍ବାଇ ଏବଂ ଅଭିନୟ ଛାଡି ଦେବି । ମୋ ଜୀବନ ଏବେ ୧୮୦ ଡିଗ୍ରୀ ବଦଳିବାକୁ ଯାଉଛି । ମୁଁ ଖୁସି ହେବା ସହିତ ଟିକେ ଦୁଃଖୀ ମଧ୍ୟ । ଟିଭି ଛାଡିବାର ନିଷ୍ପତ୍ତି ମୋର କିଛି ବନ୍ଧୁଙ୍କୁ ଠିକ ଲାଗିଲା ନାହିଁ ମାତ୍ର ମୁଁ ସବୁବେଳେ ମୋ ହୃଦୟ କଥା ଶୁଣେ ।

ନିକଟରେ ମୋହେନାଙ୍କ ମେହେନ୍ଦୀ ସେରେମାନୀର ଫଟୋ ସାମ୍ନାକୁ ଆସିଛି । ଫଟୋରେ ସେ ରାଜକୁମାରୀଙ୍କ ପରି ଦେଖାଯାଉଛନ୍ତି । ବିବାହରେ ମୋହେନା ସବ୍ୟସାଚୀଙ୍କ ଡିଜାଇନ ଲେହେଙ୍ଗା ପିନ୍ଧିବେ । ଲେହେଙ୍ଗାରେ ସରାଜକୀୟ ଟଚ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More