Only for Entertainment

ଫିଲ୍ମ ସମୀକ୍ଷା : ଏକ ଜାସୁସର କାହଣୀ ‘ରୋମିଓ ଅକବର୍ ୱାଲଟର୍’

Latestly
30

Rating

67%
Good
  • IMDb
  • Times Of India
  • Filmfare

ଫିଲ୍ମ ଫ୍ରାଇଡେ’ରେ ପରଦାକୁ ଆସିଲା ଭାରତୀୟ ସ୍ପାଏ – ଥ୍ରୀଲର୍ ଫିଲ୍ମ ‘ରୋମିଓ ଅକବର୍ ୱାଲଟର୍’ ବା ର’ । ସିନେମାରେ ମୁଖ୍ୟ ଭୂମିକାରେ ଜନ୍ ଆବ୍ରାହମଙ୍କ ଦମଦାର୍ ଅଭିନୟ ଦେଖିବାକୁ ମିଳିଛି । ଫିଲ୍ମରେ ଜନଙ୍କ ସହିତ ଅଭିନେତ୍ରୀ ମୌନୀ ର ୟ ମଧ୍ୟ ନଜର ଆସିଛନ୍ତି ।

କାହାଣୀ-
ଭାରତୀୟ ସେନାର ସିକ୍ରେଟ୍ ଏଜେନ୍ସି ର’ ର ଏଜେଂଟ୍ ଭାବେ ନଜର ଆସିଛନ୍ତି ଅଭିନେତା ଜନ୍ । ଯାହାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ମିଶନରେ ପାକିସ୍ତାନ ଯିବାକୁ ପଡେ । ସିନେମାରେ ର’ ର ମୁଖ୍ୟ ଭାବେ ନଜର ଆସିଛନ୍ତି ଜ୍ୟାକି ଶ୍ରଫ୍ । ଏହାଛଡା ଜନ୍ ଆବ୍ରାମଙ୍କ ବିପକ୍ଷରେ ନାୟିକା ଭାବେ ଛୋଟ ପରଦାର ସେନସେସନ୍ ମୌନି ରୟଙ୍କୁ ଦେଖିବାକୁ ମିଳିଛି । ଏହାଛଡା ପାକିସ୍ତାନ ପୋଲିସ୍ ଅଫିସର୍ ଭାବେ ନଜର ଆସିଛନ୍ତି ଅଭିନେତା ସିକନ୍ଦର୍ ଖେର୍ ।

ଫିଲ୍ମଟି ର କାହାଣୀ ଜଣେ ଏଜେଂଟଙ୍କ ଉପରେ ଗତିଶୀଳ ହୋଇଛି । ଯାହା ୧୯୭୧ ମସିହାର ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇଛି । ସସପେନ୍ସ – ଥ୍ରୀଲରକୁ ନେଇ ପ୍ରସ୍ତୁତ ହୋଇଛି ।

ଅଭିନୟ-
ଅଭିନୟ ବିଷୟରେ କହିବାକୁ ଗଲେ ଜନ ନିଜ ଚରିତ୍ରରେ ଦମଦାର ନଜର ଆସିଛନ୍ତି । ସେହିପରି ସିକନ୍ଦର ମଧ୍ୟ ତାଙ୍କ ଭୂମିକାକୁ ଭଲ ଭାବେ ତୁଲାଇଛନ୍ତି । ର’ ର ମୁଖ୍ୟ ଭାବେ ନଜର ଆସିଥିବ ଜ୍ୟାକି ଶ୍ରଫ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଅନ୍ୟ ପକ୍ଷରେ ମୌନୀଙ୍କ ପାଖରେ ଅ ଧିକ କିଛି କରିବାର ସ୍ପୋପ ନଥିଲା ।

raw pic

ଲୋକେସନ-
ଫିଲ୍ମର ଲୋକେସନ ଏବଂ ପ୍ରଡକ୍ସନ ଖୁବ ବଲ ହୋଇଛି । ଯାହା ସମସ୍ତଙ୍କୁ ପ୍ରଭାବିତ କରିଛି ।

ନିର୍ଦ୍ଦେଶନା –
ଏହି ଚଳଚ୍ଚିତ୍ରର କାହାଣୀ ଓ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରୋବି ଗ୍ରିୱାଲ୍ । ଆଉ ପ୍ରଯୋଜନା କରିଛନ୍ତି ଭାଇକମ୍ ପିକଚର୍ସ ଏଇଟିନ୍ । ଦମଦାର୍ କାହାଣୀ ସହ ଆକର୍ଷଣୀୟ ସଙ୍ଗୀତକୁ ଏହି ସିନେମାରେ ସ୍ଥାନ ଦିଆ ଯାଇଛି । ଅଙ୍କିତ ତିୱାରି, ସୋହେଲ୍ ସୈନ୍ ଓ ଶବିର୍ ଏହମ୍ମଦଙ୍କ ସଙ୍ଗୀତରେ ୪ଟି ଆକର୍ଷଣୀୟ ଗୀତ ଏହି ସିନେମାରେ ଶୁଣିବାକୁ ମିଳିଛି । ଆଉ ପ୍ରତ୍ୟେକ ଗୀତ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଟ୍ ହୋଇ ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More