ବଲିଉଡ ସଂଗୀତ ନିର୍ଦ୍ଦେଶକ ଶେଖର ରବଜିଆନି ୩ଟି ଅଣ୍ଡା ପାଇଁ ୧୬୭୨ ଟଙ୍କା ଦେଇଛନ୍ତି । ଖୋଦ ଶେଖର ଏ ନେଇ ନିଜ ଟ୍ୱିଟରରେ ହୋଟେଲ ବିଲକୁ ପୋଷ୍ଟ କରିଛନ୍ତି । ମିଳିଥିବା ସୂଚନା ମୁତାବକ ଅହମଦାବାଦର ହାୟତ ରେଜେନ୍ସିରେ ଶେଖର ନଭେମ୍ବର ୧୪ ତାରିଖରେ ରହିଥିଲେ ।
ଏଠାରେ ସେ ତିନିଟି ଅଣ୍ଡା ପାଇଁ ଅର୍ଡର କରିଥିଲେ । ତେବେ ୩ଟି ଅଣ୍ଡାର ବିଲକୁ ଦେଖି ଶେଖର ଆଶ୍ଚର୍ଯ୍ୟ ହେବା ସହ ଏହାକୁ ଟ୍ୱିଟରରେ ଅପଲୋଡ଼ କରିଥିଲେ । ୩ଟି ଅଣ୍ଡାର ଦାମ ହୋଟେଲ ପକ୍ଷରୁ ୧୩୫୦ ଟଙ୍କା ଥିବାବେଳେ ଜିଏସଟି ଓ ସର୍ଭିସ ଟ୍ୟାକ୍ସ ମିଶାଇ ଏହାର ଦାମ ୧୬୭୨ ଟଙ୍କାରେ ପହଁଚିଯାଇଥିଲା ।
Rs. 1672 for 3 egg whites???
That was an Eggxorbitant meal 🤯 pic.twitter.com/YJwHlBVoiR— Shekhar Ravjianii (@ShekharRavjiani) November 14, 2019
ତେବେ ଏହି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ଟୁଇଟର ବ୍ୟବହାରକାରୀ କାର୍ତ୍ତିିକ ଧର ମୁମ୍ବାଇର ଫୋର ସିଜନ୍ସ ହୋଟେଲରେ ଦୁଇଟି ଅଣ୍ଡା ପାଇଁ ୧,୭୦୦ଟଙ୍କା ଦେଇଥିଲେ । ଏହି ବିଲକୁ ସେ ଟ୍ୱିଟରରେ ପୋଷ୍ଟ ମଧ୍ୟ କରିଥିଲେ । ସେହିପରି ଚଣ୍ଡିଗଡ଼ଠାରେ ଥିବା ବିଳାଶମୟ ପଞ୍ଚତାରିକା ହୋଟେଲ୍ ଜେଡବ୍ଲୁ ମ୍ୟାରିୟଟ୍ରେ ବଲିଉଡ ଅଭିନେତା ରାହୁଲ ବୋଷ ୨ଟି କଦଳୀ ବରାଦ କରିଥିଲେ। ଏହାର ବିଲ୍ ଆସିଥିଲା ୪୪୨ ଟଙ୍କା। ଏହି ବିଲ୍କୁ ସୋସିଆଲ୍ ମିିଡିଆରେ ସେୟାର୍ କରିଥିଲେ ରାହୁଲ୍। ତା’ପରେ ଟ୍ଵିଟର୍ରେ ଏହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ୨ଟି କଦଳୀ ପାଇଁ ଏତେ ଟଙ୍କା ବିଲ୍ ଦେଇଥିବା କାରଣରୁ ହୋଟେଲ୍ ଜେଡବ୍ଲୁ ମ୍ୟାରିୟଟ୍ ଉପରେ ୨୫ ହଜାର ଟଙ୍କାର ଜରିମାନା ହୋଇଥିଲା ।
You have to see this to believe it. Who said fruit wasn’t harmful to your existence? Ask the wonderful folks at @JWMarriottChd #goingbananas #howtogetfitandgobroke #potassiumforkings pic.twitter.com/SNJvecHvZB
— Rahul Bose (@RahulBose1) July 22, 2019