Only for Entertainment

ନାବାଜୁଦ୍ଦିନ ସିଦ୍ଦିକି- ମୌନୀ ରୟଙ୍କ ଫିଲ୍ମ ‘ବୋଲେ ଚୁଡିୟାଁ’ର ଫାଷ୍ଟ ଲୁକ ରିଲିଜ

tweet of taran adarsh
26

ନବାଜୁଦ୍ଦିନ ସିଦ୍ଦିକି ଏବଂ ମୌନୀ ରୟ ଏବେ କିଛି ଦିନରୁ ଚର୍ଚ୍ଚାରେ ରହିଛନ୍ତି । ଖୁବ ଶୀଘ୍ର ଏହି ଯୋଡି ଆଗାମୀ ଫିଲ୍ମ ‘ବୋଲେ ଚୁଡିୟାଁ’ରେ ନଜର ଆସିବେ । ନିକଟରେ ଫିଲ୍ମର ପ୍ରଥମ ଲୁକ ରିଲିଜ କରାଯାଇଛି ।

ଏହି ପୋଷ୍ଟରରେ ନବାଜୁଦ୍ଦିନ ସରିୟସ ଅନ୍ଦାଜରେ ନଜର ଆସିଛନ୍ତି । ନବାଜ ଅଫ କ୍ୟାମେରାରେ ଯେପରି ରହିଥାନ୍ତି ଏହି ପୋଷ୍ଟରରେ ସେହିଭଳି ଲୁକରେ ସେ ନଜର ଆସିଛନ୍ତି । ସେହିପରି ଅନ୍ୟପକ୍ଷରେ ମୌନୀ ପ୍ରତିଥର ଭଳି ଏହି ପୋଷ୍ଟରରେ ମଧ୍ୟ ସୁନ୍ଦର ଦେଖାଯାଉଛନ୍ତି । ସେ ବ୍ଲାକ ଏବଂ ସିଲଭର କଲର ସୁଟରେ ନଜର ଆସିଛନ୍ତି । ପୋଷ୍ଟରେ ମୌନୀ କବାଟ ପଛରେ ଠିଆ ହୋଇ କାହାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି ।

କହିରଖୁଛୁ ଯେ, ଏହି ଫିଲ୍ମର ନିର୍ଦ୍ଦେଶାନା ଦାୟିତ୍ୱରେ ଅଛନ୍ତି ସମାସ ସିଦ୍ଦିକି । ଫିଲ୍ମ ନିର୍ମାତା ରେଜେସ ଭାଟିଆ କହିଛନ୍ତି, ‘ନବାଜୁଦ୍ଦିନ ସିଦ୍ଦିକି ଏବଂ ମୌନୀ ରୟଙ୍କ କେମେଷ୍ଟ୍ରୀ ଏହି ଫିଲ୍ମରେ ହାଇ ପଏଣ୍ଟ ପ୍ରମାଣିତ ହେବ । କରାମ ଦୁହେଁ ଖୁବ ଭଲ କଳାକାର ।’ ଫିଲ୍ମର ସୁଟିଂ ଜୁନ ମାସରେ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More