Only for Entertainment

ରେଡିଓ ଚକ୍‌ଲେଟ୍‌ରେ ମୁକ୍ତିଲାଭ କଲା ଅସୀମା ପଣ୍ଡାଙ୍କ ନୂଆ ଗୀତ ‘ଜୀବନକୁ ଜାଳିଦେଲା ପରେ’

radio chocolate
43

ସମାଜରେ ପ୍ରତିଫଳିତ ହେଉଥିବା ପ୍ରେମ ଓ ପ୍ରତାରଣାର ଚିତ୍ରକୁ ଆଧାର କରି ଓଡ଼ିଶାର ନମ୍ବର ୱାନ୍ ଏଫ୍ ଏମ୍ ରେଡିଓ ଚକ୍‌ଲେଟ୍‌ ପ୍ରସ୍ତୁତ କରିଛି ହୃଦୟକୁ ଭିଜେଇ ଦେଲା ପରି ଗୀତ –“ଜୀବନକୁ ଜାଳିଦେଲା ପରେ”, ଯାହା ଶୁକ୍ରବାର ସନ୍ଧ୍ୟା ୬ଟାରେ ମୁକ୍ତିଲାଭ କରିଛି । ଗୀତଟିକୁ ଲେଖିଛନ୍ତି ଗୁରୁ ଶତପଥୀ ଓ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା । ଗୀତଟିର ସଙ୍ଗୀତ ନିର୍ଦ୍ଦେଶନା କାର୍ତ୍ତିକ କୁମାର ଦେଇଥିବା ବେଳେ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ ବେହେରା ।

ମିଲନ ଷ୍ଟୁଡିଓ ଏବଂ ଏମ୍ ଆର୍ ଷ୍ଟୁଡିଓରେ ଗୀତର ରେକର୍ଡିଂ ଓ ଡବିଂ କରାଯାଇଛି । ଗୀତଟିକୁ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ରେ ଶୁଣିପାରିବେ । ରେଡିଓ ଚକ୍‌ଲେଟ୍‌ର ୟୁଟୁ୍ୟବ ପେଜ୍‌ରେ ଏହାର ଷ୍ଟୁଡିଓ ଭର୍ସନ ଦେଖିପାରିବେ । ଏହା ସହ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ର ଆପ୍‌ରେ ମଧ୍ୟ ଗୀତଟି ଶୁଣିପାରିବେ । ରେଡିଓ ଚକ୍‌ଲେଟ୍‌ର ଆପ୍‌କୁ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ କରି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More