ଲୁଚି ଲୁଚି ବାହା ହୋଇଗଲେ କି ରଜ କୁଇନ ଜାଙ୍କଲିନ୍ ? ଜାଣନ୍ତୁ ଭାଇରାଲ ଫଟୋର ସତ୍ୟତା ।
ରଜକୁଇନ -୨୦୧୭ବିଜେତା ତଥା ଓଲିଉଡ ଟିଭି ଅଭିନେତ୍ରୀ ଜାଙ୍କଲିନ ପରିଡାଙ୍କୁ ନେଇ ଏକ ନୂଆ ଖବର ସମ୍ନାକୁ ଆସିଛି । ଖବର ଅନୁସାରେ କିଛି ଦିନ ହେବ ଜାଙ୍କଲିନ ବିବାହ କରିଛନ୍ତି ବୋଲି ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି । କିନ୍ତୁ ସତରେ କ’ଣ ଜାଙ୍କଲିନ ଲୁଚି ଲୁଚି ବିବାହ କରିଛନ୍ତି ? ଆସନ୍ତୁ ଜାଣିବା ଘଟଣାଟି କ’ଣ ।
View this post on Instagram
Yahooo? 200k? Thnkuu fr all ur love n support ?? Always need ur love, support n blessings and ?
ପ୍ରକୃତରେ ଜାଙ୍କଲିନ ଏବେ ଏକ ନୂଆ ସିରିଏଲରେ ଅଭିନୟ କରିବାକୁ ଯାଉଛନ୍ତି । ଆଉ ଏହି ସିରିଏଲ ପାଇଁ ସେ ଏବେ ବେହୂ ବେଶରେ ସଜେଇ ହୋଇ ଏହାର ସୁଟିଂ କରୁଛନ୍ତି । ସିରିଏଲରେ ଜାଙ୍କଲିନଙ୍କୁ ଆପଣ ଲିଡ ରୋଲରେ ଦେଖିବାକୁ ପାଇବେ । ଏହି ସିରିଏଲ ଏକ ଫ୍ୟାମିଲି ଡ୍ୟାମାଙ୍କୁ ନେଇ ନିର୍ମାଣ କରାଯାଇଛି ।
ତେବେ ଜାଙ୍କଲିନଙ୍କ ବିବାହ ବିଷୟରେ କହିବାକୁ ଗଲେ, ଆପଣ ତ ଜାଣିଥିବେ ଜାଙ୍କଲିନ ଓ ରାଜୀବ ଅନେକ ସମୟରୁ ପରସ୍ପରକୁ ଡେଟ କରୁଛନ୍ତି । ଏବଂ ଦୁହେଁ ୨୦୧୯ରେ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି । ତେବେ ଦେଖାଯାଉ ଦୁହେଁ କେବେ ବିବାହମ୍ନ୍ନରେ ବାନ୍ଧି ହେବେ ।