Only for Entertainment

ମୁକ୍ତିଲାଭ କଲା ପ୍ରଥମ ଓଡିଆ ମ୍ୟୁଜିକାଲ ସର୍ଟ ଫିଲ୍ମ ‘ଗୁୁଲାମ୍’

you tube
0 64

ମୁକ୍ତିଲାଭ କରିଛି ଓଡିଆ ରୋମାଂଟିକ୍ ସଙ୍ଗ ଗୁୁଲାମ୍ । ଗୀତରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ଶୁଭାଶିଷଙ୍କୁ ଦେଖିବାକୁ ମିଳିଛି । ଏ ଦୁହିଁଙ୍କ ଲଭଷ୍ଟୋରୀକୁ ନେଇ ଗୀତଟି ପ୍ରସ୍ତୁତ ହୋଇଥିବାବେଳେ, ଏଥିରେ ଖଳନାୟକ ଭାବେ ନଜର ଆସିଛନ୍ତି ମନୋଜ ମିଶ୍ର । ଏହା ହେଉଛି ଓଲିଉଡର ପ୍ରଥମ ମ୍ୟୁଜିକାଲ୍ ସର୍ଟ ଫିଲ୍ମ ।

ଗୀତରେ ଏକ ସର୍ଟ ଷ୍ଟୋରୀକୁ ସ୍ଥାନ ଦେଇଛନ୍ତି ନିର୍ମାତା । ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ଶୁଭାଶିଷଙ୍କୁ ଦେଖିବାକୁ ମିଳିଛି ଏହି ଗୀତରେ । ଏକ ନିଆରା ଲଭଷ୍ଟୋରୀ ଗୀତରେ ସ୍ଥାନ ଦିଆ ଯାଇଛି । ଜଣେ ଗୁଣ୍ଡା ପାଖରେ ଗୁଲାମ୍ ହୋଇ କାମ କରୁଥିବା ଜଣେ ଯୁବକର ଲଭଷ୍ଟୋରୀ ଦେଖିବାକୁ ମିଳିଛି । ଏହି ମ୍ୟୁଜିକ୍ ଭିଡିଓର ଖଳନାୟକ ଭାବେ ଅଭିନେତା ମନୋଜ ମିଶ୍ରଙ୍କୁ ଦେଖିବାକୁ ମିଳିଛି ।

ଏହି ମ୍ୟୁଜିକାଲ୍ ସର୍ଟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହାପି । ଜଣେ ବାଗି ଗୁଲାମର କାହାଣୀ ଦେଖିବାକୁ ମିଳିଛି ଏହି ଗୀତରେ । ସିଥ ପଟ୍ଟନାୟକଙ୍କ ସଙ୍ଗୀତରେ ଗୀତରେ ଶୁଣିବାକୁ ମିଳିଛି ହ୍ୟୁମାନ୍ ସାଗରଙ୍କ ଭଏସ୍ । ଗୀତଟିକୁ ସ୍ରୋତା ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହା ସହ ଗୀତରେ ସ୍ଥାନ ପାଇଥିବା କାହାଣୀକୁ ବି ଦର୍ଶକ କରୁଛନ୍ତି ପସନ୍ଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More