Only for Entertainment

ରିଲିଜ ହେଲା ବଲିଉଡ ଆକ୍ସନ-ଥ୍ରିଲର ଫିଲ୍ମ ‘ପ୍ରଣାମ’ର ପ୍ରଥମ ଟ୍ରେଲର, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ଅଭିନେତା ରାଜୀବ ଖଣ୍ଡେଲୱାଲ

Latestly
106

ରିଲିଜ୍ ହେଲା ଆଗାମୀ ବଲିଉଡ୍ ଆକ୍ସନ୍ – ଥ୍ରୀଲର୍ ଫିଲ୍ମ ‘ପ୍ରଣାମ’ର ପ୍ରଥମ ଟ୍ରେଲର୍ । ସିନେମାରେ ମୁଖ୍ୟ ଭୂମିକାରେ ଅଭିନେତା ରାଜୀବ ଖଣ୍ଡେଲୱାଲଙ୍କୁ ଦେଖିବାକୁ ମିଳିଛି । ଟ୍ରେଲରରେ ସ୍ଥାନ ପାଇଛି ରାଜୀବଙ୍କ ଜବରଦସ୍ତ ଆକ୍ସନ୍ ଅନ୍ଦାଜ୍ । ଟ୍ରେଲରରେ ଦେଖିବାକୁ ମିଳିଛି ରାଜୀବ୍ ଆଇଏଏସର ପରୀକ୍ଷା ପାସ୍ କରି ଜଣେ ଅଫିସର୍ ହେଉଛନ୍ତି । ମାତ୍ରା ପରିସ୍ଥିତି ତାଙ୍କୁ ଆଇଏଏସ୍ ଅଫିସରରୁ ଜଣେ ଗ୍ୟାଙ୍ଗଷ୍ଟର୍ ବନାଇ ଦେଉଛି । ହେବି ଡାଏଲଗ୍ ଆଉ କଳାକାରଙ୍କ ଜବରଦସ୍ତ ଅଭିନୟ ଟ୍ରେଲରରେ ଦେଖିବାକୁ ମିଳିଛି ।

ଏହି ସିନେମା ଜରିଆରେ ଅଭିନେତା ରାଜୀବ ଅନେକ ଦିନପରେ ବଡ ପରଦାକୁ କମ୍ବ୍ୟାକ୍ କରୁଛନ୍ତି । ଫିଲ୍ମରେ ତାଙ୍କ ବ୍ୟତୀତ – ସମିକ୍ଷା, ବିକ୍ରମ ଗୋଖଲେ, ଅତୁଲ୍ କୁଲକରନି, ଅଭିମନ୍ୟୁ ସିଂ, ଅନିରୁଦ୍ଧ ଦେବ ଏବଂ ଏସ୍.ଏମ୍ ଜହିର୍ ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ରଜନିଶ୍ ରାମ ପୁରୀଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସଂଜୀବ ଜୟସ୍ୱାଲ୍ । ଏହି ସିନେମାର ସମସ୍ତ ସୁଟିଂ ଉତ୍ତର ପ୍ରଦେଶରେ କରାଯାଇଛି ।

ଟ୍ରେଲର୍ ସହ ସିନେମାର ଏକ ରୋମାଂଟିକ୍ ଗୀତ ମଧ୍ୟ ରିଲିଜ୍ ହୋଇଛି । ଏହି ସିନେମାରେ ରାଜୀବ ନାୟକ ଭୂମିକାରେ ଅଭିନୟ କରିଥିବାବେଳେ, ନାୟିକା ଭାବେ ନବାଗତା ସୁନ୍ଦରୀ ସମୀକ୍ଷାଙ୍କୁ ଦେଖିବାକୁ ମିଳିବ । ରିଲିଜ୍ ହୋଇଥିବା ଏହି ରୋମାଂଟିକ୍ ଗୀତରେ ନାୟକ – ନାୟିକାଙ୍କ ମଧ୍ୟରେ ହାଲ୍କା ଫୁଲ୍କା ରୋମାନ୍ସ ସ୍ଥାନ ପାଇଛି ।

ଗୀତରେ ଶୁଣିବାକୁ ମିଳିଛି ଅରମାନ୍ ମଲ୍ଲିକଙ୍କ ଆକର୍ଷଣୀୟ ଗାୟିକୀ । ବିଶାଲ୍ ମିଶ୍ରାଙ୍କ ସଙ୍ଗୀତରେ ଏହି ଗୀତରେ ଲିରିକ୍ସ ଦେଇଛନ୍ତି ମନୋଜ୍ ମୁନ୍ତାସିର୍ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଅଗଷ୍ଟ ୯ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ପ୍ରଣାମ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More