Only for Entertainment

ସ୍ୱାଧିନତା ସଂଗ୍ରାମୀଙ୍କୁ ନେଇ ଓଲିଉଡ୍ ପରଦାରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ‘ସହୀଦ୍ ରଘୁ ସର୍ଦ୍ଦାର’ !

83

ପ୍ରଥମ ଥର ପାଇଁ ଜଣେ ସହିଦଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଉଛି । ଯେଉଁ ଚରିତ୍ରକୁ ପରଦାରେ ତୁଲାଇବେ ଅଭିନେତା ଦେବାଶିଷ । ନିକଟରେ ଏହି ଅପକମିଂ ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ନଜର ଆସିଥିଲେ ମେକର୍ଙ୍କ ସହ ଷ୍ଟାର୍ ।

ପ୍ରଥମ ଥର ପାଇଁ ଓଲିଉଡ୍ ପରଦାରେ ଦେଖିବାକୁ ମିଳିବ ସ୍ୱାଧିନତା ସଂଗ୍ରାମର କାହାଣୀ । ଓଡିଆ ମାଟିର ଏମିତି ଏକ ସହୀଦର କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ‘ସହୀଦ୍ ରଘୁ ସର୍ଦ୍ଦାର’ । ଏହି ଅପକମିଂ ସିନେମାର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଫିଲ୍ମରେ ରଘୁ ସର୍ଦ୍ଧାର ଚରିତ୍ରକୁ ପରଦାରେ ତୁଲାଇବେ ଅଭିନେତା ଦେବାଶିଷ । ଆଉ ତାଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତା ଲିପ୍ସା ମିଶ୍ରଙ୍କୁ ଦେଖିବାକୁ ମିଳିବ ।

ଲୋକ ବିକାଶ ସିନେ ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ର ପ୍ରଯୋଜନା କରୁଛନ୍ତି ବିଶ୍ୱନାଥ ପଟ୍ଟନାୟକ । ସିନେମାର ସ୍କ୍ରିନପ୍ଲେ ସହ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଜୀବ ମହାନ୍ତି । ଶୁଭ ମହୁରତ ଅବସରରେ ସମସ୍ତେ ଉପସ୍ଥିତ ରହି କ୍ଲାପ୍ ଦେଇ ସିନେମା ସୁଟିଂର ଶୁଭ ଆରମ୍ଭ କରିଛନ୍ତି । ଏହି ଅପକମିଂ ସିନେମାରେ ୬ଟି ଭିନ୍ନ ସ୍ୱାଦର ଗୀତ ଦେଖିବାକୁ ମିଳିବ । ଫିଲ୍ମରେ ଚଳଚ୍ଚିତ୍ର ‘ସହିଦ୍ ରଘୁ ସର୍ଦ୍ଦାର’ର ଶୁଭ ମହୁରତ ହୋଇ ସିନେମାର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ଏହି ସିନେମାକୁ ପରଦାକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ମେକର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More