Only for Entertainment

ରିଲିଜ ହେଲା ଓଡିଆ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ‘ଓରେ ଓରେ ସାଥିରେ’

you tube
44

ମୁକ୍ତିଲାଭ ଓଡିଆ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ଓରେ ଓରେ ସାଥିରେ’ । ଓଡିଆ ୱାନ୍ ୟୁଟୁବ୍ ଚ୍ୟାନେଲ୍ରେ ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓଟି ମୁକ୍ତିଲାଭ କରିଛି । ଏହି ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଛନ୍ତି ସନି କୁମାର୍, ଇସାନ୍ ମନୋଜ୍, ଇପ୍ସିତା ଓ ମାନସୀ ପଣ୍ଡା । ଏହି ଗୀତରେ ଶୁଣିବାକୁ ମିଳିଛି ସ୍ୱୟମ୍ ପାଢି ଓ ସରିତା ମିଶ୍ରଙ୍କ ଆକର୍ଷଣୀୟ ଗାୟିକୀ । ଆକର୍ଷଣୀୟ ସଙ୍ଗୀତ ସହ ହୃଦୟସ୍ପର୍ଶୀ ଲିରିକ୍ସ ଶୁଣିବାକୁ ମିଳିଛି ଏହି ଗୀତରେ ।

ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ସରୋଜ ସାମଲ୍ । ଗୀତିକାର ପୁଷ୍ପକ ପରିଡା ଏହି ଗୀତର ଲିରିକ୍ସ ଦେଇଛନ୍ତି । ଆଉ ଏଥିରେ ମ୍ୟୁଜିକ୍ ଆରେଂଜ୍ କରିଛନ୍ତି ସିତୁ ରଥ । ଦାସ୍ ଏଂଟରଟେନମେଂଟ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓର ପ୍ରଯୋଜନା କରିଛନ୍ତି କୁମାର୍ ସନ୍ତୋଷ ଦାସ୍ ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି କୁମାର୍ ସନ୍ତୋଷ ଓ ବିଶ୍ୱଜୀତ୍ ଜେନା । ୟୁଟୁବରେ ମୁକ୍ତିଲାଭ କରିଥିବା ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ୮୦ ହଜାରରୁ ଉଦ୍ଧ୍ୱର୍ ଦର୍ଶକ ଏହି ଗୀତକୁ ଦେଖିଥିବାବଳେ, ଆଗକୁ ଏହାର ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More