ଦିବଙ୍ଗତ ଅଭିନେତା କାଦର ଖାନଙ୍କୁ ମିଳିବ ଏହି ସମ୍ମାନ ।!
ଶହ ଶହ ଫିଲ୍ମରେ ନିଜ ଅଭିନୟ ଯାଦୁ ଏବଂ ଲେଖନୀରେ ସଜାଉ ଥିବା କାଦର ଖାନଙ୍କୁ ଭାରତ ସରକାର ପଦ୍ମଶ୍ରୀ ଆୱାର୍ଡ ଦେବେ ବୋଲି ଘୋଷଣା କରିଛନ୍ତି । ତାଙ୍କ ନିଧନ ମାସେ ପୂର୍ବରୁ ୩୧ଡିସେମ୍ବର କୁ ଏହା ହୋଇଥିଲା । ସେ ବଞ୍ଚିଥିବା ଅବସ୍ଥାରେ କେବେ ଏହି ପୁରସ୍କାର ପାଇଁ ପାରିଲେ ନାହିଁ । ସେ ୨୦୦ରୁ ଅଧିକ ଫିଲ୍ମ କରିଛନ୍ତି ।
କାଦର ଖାନ ଆଫଗାନିସ୍ତାନର କାବୁଲ ରେ ଜନ୍ମ ହୋଇଥିଲେ । କାଦର ଖାନ କହିଥିଲେ ତାଙ୍କ ପୂର୍ବରୁ ତାଙ୍କ ମା ଙ୍କର ୩ଟି ପୁଅ ହୋଇଥିଲେ, ମାତ୍ର ମରିଯାଇଥିଲେ । ଏହା ପରେ କାଦର ଜନ୍ମ ହୋଇଥିଲେ ।
କାଦରଙ୍କ ବାପା ମା ଙ୍କ ଛାଡପତ୍ର ହୋଇଯାଇଥିଲା, ଏବଂ ପିଲାଦିନ ଗରିବିରେ ବଞ୍ଚିବାକୁ ପଡିଥିଲା। ଏତେ କଷ୍ଟ ସହି ସେ ମୁମ୍ବାଇରେ ସିବିଲ ଇଂଜିନିୟରିଂ ପଢିଥିଲେ ଏବଂ ଏହାପରେ ପିଲାମାନଙ୍କୁ ମଧ୍ୟ ପଢ଼ାଇଥିଲେ ।