Only for Entertainment

ଜାହ୍ନବୀଙ୍କୁ ଯେତେବେଳେ ସାରା ବୋଲି ଡାକିଲେ ଫଟୋଗ୍ରାଫର , ଏଭଳି ପ୍ରତିକ୍ରିୟା ଦେଲେ ଜାହ୍ନବୀ !

38

ନେହା ଧୁପିଆଙ୍କ ସୋ’ ଭୋଗ୍‌ ବିଏଫ୍‌ଏଫ୍‌କୁ ନିଜ ଭଉଣୀ ଖୁସି କପୁରଙ୍କ ସହ ଯୋଗ ଦେବା ପାଇଁ ଯାଇଥିବା ବେଳେ ସେଠାରେ କିଛି ସାମ୍ବାଦିକ ଜାହ୍ନବୀଙ୍କୁ ସାରା ବୋଲି ଡ଼ାକିଥିଲେ । ସେ ବାହାରକୁ ଆସିବା ପରେ କିଛି ସାମ୍ବାଦିକ ତାଙ୍କୁ ‘ସାରା ମ୍ୟାମ୍‌… ସାରା ମ୍ୟାମ୍‌’ ବୋଲି ଡ଼ାକିଥିଲେ । ଏହା ଶୁଣି ହସିବା ସହ ଜାଣି ଶୁଣି ଆପଣ ଏପରି କହୁଛନ୍ତି ବୋଲି କହିଥିଲେ ଜାହ୍ନବୀ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫିଲ୍ମ ଏବଂ ଅଭିନୟର ଦକ୍ଷତାକୁ ନେଇ ଦୁହିଁଙ୍କୁ ତୁଳନା କରାଯାଉଥିବାରୁ ଦୁହିଁଙ୍କ ମନରେ ସେଭଳି ପ୍ରତିଯୋଗିତା ମନୋଭାବ ନାହିଁ ବୋଲି ଅନେକ ସମୟରେ ଦୁଇ ଅଭିନେତ୍ରୀ କହି ଆସିଛନ୍ତି ।

 

View this post on Instagram

 

Sara ji ????. ?Media guys pull #janhvikapoor leg today

A post shared by Viral Bhayani (@viralbhayani) on

ସୂଚନା ମୁତାବକ, ସାରା ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ବେଳେ ଜାହ୍ନବୀ ଫିଲ୍ମ ‘ଧଡ଼କ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଦୁହିଁଙ୍କ ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳିଥିବା ବେଳେ ‘କେଦାରନାଥ’ରେ ସାରାଙ୍କ ଅଭିନୟକୁ ଦର୍ଶକେ ଅଧିକ ପ୍ରଶଂସା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More