Only for Entertainment

ଖୁବଶୀଘ୍ର ନିଜ ଫ୍ୟାନ୍ ମାନଙ୍କ ପାଖରେ ପହଁଚିବାକୁ ଯାଉଛନ୍ତି ଓଡିଶାର କମେଡି କିଙ୍ଗ ପପୁ ପମ୍ ପମ୍ ।

Odisha News Insight
28

ଗତ କିଛି ମାସ ହେବ ଶରୀର ଅସୁସ୍ଥତାକୁ ନେଇ ଚର୍ଚ୍ଚାରେ ଥିବା ଓଲିଉଡ୍ କମେଡି କିଙ୍ଗ ପପୁ ପମ୍ ପମ୍ ସୁସ୍ଥ ହୋଇ ଫେରିବେ ଇଣ୍ଡିଷ୍ଟ୍ରୀକୁ । ହେଲେ ଏଥବ ଅଭିନୟ ନୁହେଁ ନିର୍ଦ୍ଦେଶକ ହେବାକୁ ସ୍ଥିର କରିଛନ୍ତି ସେ । ଅକ୍ଷୟ ପରିଜା ବ୍ୟାନର୍ରେ ପ୍ରସ୍ତୁତ ହେବାକୁ ଥିବା ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଚିରକୁଟ୍’ ର କାହାଣୀ, ସ୍କ୍ରିନ୍ପ୍ଲେ ଓ ସଙ୍ଗୀତ ସହ ନିର୍ଦ୍ଦେଶନା ଦାୟିତ୍ୱ ବି ତୁଲାଇବେ ପପୁ ପମ୍ ପମ୍ । ଏହି ଅପକମିଂ ସିନେମାର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଠି ଏହି ଅପକମିଂ ସିନେମାର ପୁରା ଟିମ୍ ନଜର ଆସିଥିଲେ । ନୂଆ କଳାକାରଙ୍କୁ ନେଇ ସିନେମା ପ୍ରସ୍ତୁତ କରିବାକୁ ଯାଉଛନ୍ତି ଅଭିନେତା ପପୁ ପମ୍ ପମ୍ । ଫିଲ୍ମର ପ୍ରଯୋଜନା କରୁଛନ୍ତି ସୁନାମଧନ୍ୟ ପ୍ରଯୋଜକ ଅକ୍ଷୟ ପରିଜା ।

ଫିଲ୍ମରେ ନବାଗତ କଳାକାର ଅରୋଜୀତ୍ ଓ ଅନନ୍ୟାଙ୍କୁ ନାୟକ – ନାୟିକା ଭାବେ ଦେଖିବାକୁ ମିଳିବ । ଏହି ସିନେମାର କାହାଣୀକୁ ନଜରରେ ରଖି କିଛି ଏହିପରି କଳାକାରଙ୍କୁ ବାଛିଛନ୍ତି ମେକର୍ । ସିନେମାରେ ଅନ୍ୟାନ ପ୍ରମୁଖ ଭୂମିକାରେ ନଜର ଆସିବେ ବିନୋଦ ରାଉତ, କୃପାସିନ୍ଧୁ ନାୟକ ସମ୍କ୍ରିତି, ଅରବିନ୍ଦ ଜେନା ଆଦି କଳାକାର । ଫିଲ୍ମରେ କୋରିଓଗ୍ରାଫି ଦାୟିତ୍ୱ ତୁଲାଇବେ କୋରିଓଗ୍ରାଫର୍ ଯୋଡି ଲୁବୁନ୍-ଟୁବୁନ୍ ।

ଚଳଚ୍ଚିତ୍ର ଚିର୍କୁଟ୍ ଏକ ନିଚ୍ଛକ ଓଡିଆ କାହାଣୀକୁ ନେଇ ଗତିଶୀଳ ହେବ । ଫିଲ୍ମଟିର ଶୁଭ ମହୁରତ ଶେଷ ହୋଇଥିବାବେଳେ, ଖୁବଶୀଘ୍ର ଆରମ୍ଭ ହେବ ସୁଟିଂ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More