Only for Entertainment

ଘର ପରିସ୍ଥିତି ସ୍ଵଚ୍ଛଳ ନଥିବାରୁ ଏତିକି ଦରମାରେ କାମ କରୁଥିଲେ ପରିଣୀତି, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

63

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରୀଣିତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ ରିଲିଜ୍‌ ହୋଇ ସାରିଥିବା ବେଳେ ଏହାକୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖିବାକୁ ମିଳିଛି । ଫିଲ୍ମ ପାଇଁ ଦୁଇ କଳାକାର ଏବେ ଚର୍ଚ୍ଚାରେ ଥିବା ବେଳେ ଅଭିନେତ୍ରୀ ପରୀଣିତି ଚୋପ୍ରା ନିଜ ବ୍ୟକ୍ତିଗତ ଜୀବନକୁ ନେଇ କରିଥିବା ଏକ ଖୁଲାସା ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି ।

ସୂଚନା ମୁତାବକ, ନିଜ ଫିଲ୍ମର ପ୍ରମୋସନ ପାଇଁ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରୀଣିତି ଚୋପ୍ରା ଏକ ସୋ’ରେ ପହଞ୍ଚିଥିଲେ । ଯେଉଁଠି ପରୀଣିତି ନିଜ ସହ ଜଡ଼ିତ ଏକ ବଡ଼ କଥା ସମସ୍ତଙ୍କୁ ଜଣାଇଥିଲେ । ତାଙ୍କ କହିବା ଅନୁଯାୟୀ,”ପାଠ ପଢ଼ି ବଡ଼ ବଡ଼ ଡ଼ିଗ୍ରି ନେଇ ସାରିଥିଲେ ମଧ୍ୟ ମୋତେ ଚାକିରି ମିଳୁ ନଥିଲା । ଅନେକ ଚେଷ୍ଟା ପରେ ମଧ୍ୟ କେହି ମୋତେ ଚାକିରି ଦେବା ପାଇଁ ରାଜି ହେଉ ନଥିଲେ । ଥରେ ମୁଁ ଦିଦି ପ୍ରିୟଙ୍କାଙ୍କ କାମ ପାଇଁ ଷ୍ଟୁଡ଼ିଓ ଯାଇଥିବା ବେଳେ ସେଠାରେ ମୋ ପାଇଁ କିଛି କାମ ଅଛି କି ନାହିଁ ବୋଲି ପଚାରିଥିଲି ।

India Today
କିନ୍ତୁ ସେମାନେ କିଛି କାମ ନାହିଁ ବୋଲି କହି ମନା କରି ଦେଇଥିଲେ । କିନ୍ତୁ ମାସକୁ ୨ହଜାର ଟଙ୍କାରେ ଇଣ୍ଟର୍ନସିପ୍‌ କରିବା ପାଇଁ ମୋତେ ପ୍ରସ୍ତାବ ଦିଆଯାଇଥିଲା । ମୋତେ ଏହି ଟଙ୍କା ଖୁବ୍‌ କମ ଲାଗିଥିଲେ ମଧ୍ୟ ଘରର ପରିସ୍ଥିତି ପାଇଁ ମୁଁ କାମ କରିବା ପାଇ ରାଜି ହୋଇ ଯାଇଥିଲି । ଧନ୍ୟବାଦ୍‌ ଜଣାଇବି ଆଦିତ୍ୟ ଚୋପ୍ରାଙ୍କୁ, କାରଣ ସେ ମୋତେ ପୂର୍ବରୁ ଫିଲ୍ମ ‘ଲେଡ଼ିଜ୍‌ ଭର୍ସସ୍‌ ରିକି ବହଲ’ରେ ନେବା ପାଇଁ ସ୍ଥିର କରି ସାରିଥିଲେ । ଯାହା ପରେ ମୋତେ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା” ବୋଲି ପରୀଣିତି କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More