Only for Entertainment

ଫିଲ୍ମ ‘ସାଇନା’ ପାଇଁ ତାଲିମ ନେବା ସମୟରେ ଆହତ ହେଲେ ପରିଣୀତି ଚୋପ୍ରା, ଫଟୋ ପୋଷ୍ଟ କରି ଲେଖିଲେ କିଛି ଏଭଳି !

27

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ବ୍ୟାଡମିଂଟନ ଷ୍ଟାର ସାଇନା ନେହେୱାଲଙ୍କ ବାୟୋପିକ ସୁଟିଂ ସେଟରେ ଆହତ ହେଲେ ଅଭିନେତ୍ରୀ ପରିଣୀତି ଚୋପ୍ରା । ପରୀଙ୍କ ବେକ ଆଘାତପ୍ରାପ୍ତ ହୋଇଛି । ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଏକ ଫଟୋ ପୋଷ୍ଟ କରି ଏହି ସମ୍ବନ୍ଧରେ ସୂଚନା ଦେଇଛନ୍ତି ପରୀ ।

ବର୍ତମାନ ପରିଣୀତି ଷ୍ଟାର ବ୍ୟାଡମିଂଟନ ଖେଳାଳୀ ସାଇନା ନେହେୱାଲ ବାୟୋପିକରେ ଅଭିନୟ କରୁଛନ୍ତି । ସେଥିପାଇଁ ତାଙ୍କୁ ବ୍ୟାଡମିଂଟର ଖେଳ ସହ ଅନ୍ୟାନ୍ୟ କସରତ କରିବାକୁ ପଡିଛି । ତେବେ ଆଘାତପ୍ରାପ୍ତ ହେବା ଯୋଗୁଁ ସୁଟିଂସେଟରୁ କିଛି ଦିନର ବିରତି ନେଇଛନ୍ତି ପରୀଣିତି ।

ଫିଲ୍ମ ଫାଷ୍ଟ ଲୁକ ପୋଷ୍ଟର ରିଲିଜ କରିଦିଆଯାଇଥିଲା, କିନ୍ତୁ ପରେ ଶ୍ରଦ୍ଧା ଫିଲ୍ମରୁ ବାହାରି ଯାଇଥିଲେ । ଏହାପରେ ପରିଣୀତିଙ୍କୁ ଏହି ଫିଲ୍ମ ପାଇଁ କାଷ୍ଟ କରାଗଲା । ଏହି ଫିଲ୍ମର ନାଁ ରହିଛି ‘ସାଇନା’ । ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବ । ଏଠାରେ ଆମେ କହି ରଖୁଛୁ ଯେ ଲମ୍ବା ସମୟ ଧରି ଫିଲ୍ମ ପାଇଁ ପରିଣୀତି ଜବରଦସ୍ତ ଟ୍ରେନିଂ ନେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More