Only for Entertainment

ସାହୋର ପୋଷ୍ଟର ରିଲିଜ, ଦମଦାର ଲୁକରେ ପ୍ରଭାସ ।

bollywood tadka
30

ଅଭିନେତା ପ୍ରଭାସ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୂର ଖୁବଶୀଘ୍ର ଫିଲ୍ମ ସାହୋ’ରେ ଧମାକା କରିବାକୁ ଯାଉଛନ୍ତି । ଫ୍ୟାନ୍ସ ଏହି ଫିଲ୍ମକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି । ନିକଟରେ ଫିଲ୍ମ ସାହୋର ଏକ ପୋଷ୍ଟର ରିଲିଜ ହୋଇଛି । ଫଟୋରେ ପ୍ରଭାସ ଖୁବ ଦମଦାର ଅନ୍ଦାଜରେ ନଜର ଆସିଛନ୍ତି । ପୋଷ୍ଟରରେ ରିଲିଜ ଡେଟର ଖୁଲାସା ହୋଇଛି । ନିଜେ ପ୍ରଭାସ ଏହି ପୋଷ୍ଟକୁ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଏହି ପୋଷ୍ଟର ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ହିୟର ଇଟ ଇଜ ଡାର୍ଲିଙ୍ଗ, ଫର ଅଲ ଅଫ ୟୁ । ତେବେ ଫିଲ୍ମ ୧୫ ଅଗଷ୍ଟକୁ ରିଲିଜ ହେବ ବୋଲି ପ୍ରଭାସ କ୍ୟାପ୍ସନରେ ଲେଖିଛନ୍ତି ।

ଫିଲ୍ମ କଥା ଯଦି ଆଲୋଚନା କରିବା ତେବେ ଏଥିରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ପ୍ରଭାସ ଏବଂ ଶ୍ରଦ୍ଧା କପୂରଙ୍କ ବ୍ୟତୀତ ଏହି ଫିଲ୍ମରେ ନୀଲ ନିତିନ ମୁକେଶ, ଜ୍ୟାକି ସ୍ରଫ, ମନ୍ଦିରା ବେଦୀ ଆଦି ନଜର ଆସିବେ । ନିର୍ଦ୍ଦେଶକ ସୁଜିତଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଛି ଫିଲ୍ମ । ଏହା ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More