Only for Entertainment

ଓଲିଉଡ ପରଦାରେ ନଜର ଆସିବେ ପ୍ରକୃତି ମିଶ୍ର ।

Times of India
0 84

ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକା ପ୍ରକୃତି ମିଶ୍ରଙ୍କ ଏକ ନୂଆ ଓଡ଼ିଆ ସିନେମା ଏବେ ରିଲିଜ୍‌ ପାଇଁ ପ୍ରସ୍ତୁତ। ଏହି ଓଡ଼ିଆ ସିନେମାର ଟାଇଟଲ ହେଲା ‘ପଗ୍‌ଲୁ’। ଜଗନ୍ନାଥ ପାଟଯୋଶୀ ମହାପାତ୍ରଙ୍କ ପ୍ରଯୋଜିତ ଏହି ସିନେମାରେ ପ୍ରକୃତି ମିଶ୍ରଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ଅନୀଷା। ସେ ଜଣେ ମୁସଲିମ୍‌ ଯୁବତୀ।
‘ପଗ୍‌ଲୁ’ରେ ପ୍ରକୃତିଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି ଅଭିଷେକ ବେଉରା।ଏହି ଫିଲ୍ମରେ ମିହିର ଦାସ,ଅପରାଜିତା,ଦୈତାରି ପଣ୍ଡା ଓ ପପୁ ପମ୍‌ ପମ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ରାମ ପ୍ରସାଦ ସାମଲ ଏହାର ନିର୍ଦ୍ଦେଶକ ଓ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶକ।

ପ୍ରଖ୍ୟାତ ସଂଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ କନ୍ୟା ପ୍ରକୃତି ଓଲିଉଡରେ ଶିଶୁ କଳାକାର ଭାବେ ପ୍ରବେଶ କରିଥିଲେ। ଶିଶୁ କଳାକାର ଭାବେ ତାଙ୍କ ଅଭିନୀତ ପ୍ରଥମ ଛବି ଥିଲା ସୁବିଖ୍ୟାତ ନିର୍ଦେଶକ ଶିଶିର ମିଶ୍ରଙ୍କ ‘ ସାବତ ମା ’। ତାଙ୍କୁ ଶିଶୁ କଳାକାର ଭାବେ ଆଉ କେତୋଟି ଓଡ଼ିଆ ଛବିରେ ଦେଖିବାକୁ ମିଳିଛି ଯେଉଁଥିରୁ ଆଉ ଏକ ଉଲ୍ଲେଖନୀୟ ସିନେମା ହେଲା ‘ହରି ଭାଇ ହାରେନା’। ତେବେ ନାୟିକା ରୂପେ ପ୍ରକୃତିଙ୍କୁ ବ୍ରେକ୍‌ ଦେଇଥିଲେ ସୋ’ ମ୍ୟାନ୍‌ ପ୍ରଶାନ୍ତ ନନ୍ଦ ତାଙ୍କ ଫିଲ୍ମ ‘ ଥୁକୁଲ୍‌ ’(୨୦୧୨)ରେ। ଏହାପରେ ସେ ‘ପ୍ରେମିକା’, ‘ ଓମ୍‌ ସାଇ ରାମ୍‌ ’, ‘ ଏସିପି ସାଗରିକା ’ ‘ଓମ୍‌ -ଆଇ ଆମ୍‌ ନଟ୍‌ ଏ ଗଡ୍‌ ’ ଏବଂ ‘ ମିଠା ମିଠା ’ଆଦି ଓଡ଼ିଆ ଛବିରେ ଲିଡ୍‌ ରୋଲରେ ନଜର ଆସିଥିଲେ । ତାଙ୍କୁ ଏକ ହିନ୍ଦୀ ସିରିଆଲ ‘ତିନ ଦେବିୟାଁ’ରେ ମଧ୍ୟ ପ୍ରକୃତି ଦେଖିବାକୁ ପାଇଥିଲେ ଦର୍ଶକ।

‘ହ୍ୟାଲୋ ଆର୍‌ସୀ’ ଓଡ଼ିଆ ସିନେମା ପାଇଁ ଓଡ଼ିଆ ସିନେ ଜଗତର ଲୋକପ୍ରିୟ ନାୟିକା ପ୍ରକୃତି ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ। ଏବର୍ଷ ସେଥିପାଇଁ ସେ ଖୁବ୍‌ ଚର୍ଚ୍ଚାରେ ଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More