Only for Entertainment

ରିଲିଜ ହେଲା ‘ପ୍ରସ୍ଥାନମ’ର ଟ୍ରେଲର, ସଂଜୟ ଦତ୍ତ ନେଇ ଆସୁଛନ୍ତି ରାଜନୈତିକ ସାମ୍ରାଜ୍ୟ ପାଇଁ ଲଢେଇ କରୁଥିବା ଦୁଇ ଭାଇର କାହଣୀ

zee news
30

ସଂଜୟ ଦତ୍ତ, ଅଲୀ ଫଜଲ ଏବଂ ମନୀଷା କୋୟରାଲା ଷ୍ଟାରର ଫିଲ୍ମ ‘ପ୍ରସ୍ଥାନମ’ର ଟ୍ରେଲର ରିଲିଜ ହୋଇସାରିଛି । ଫିଲ୍ମର ପୂରା ଷ୍ଟାର କାଷ୍ଟ ଏହାର ଟ୍ରେଲରକୁ ଗୁରୁବାର ଦିଲ୍ଲୀରେ ରିଲିଜ କରିଛନ୍ତି । ନିକଟରେ ଫିଲ୍ମର ଅନେକ ଗୁଡିଏ ପୋଷ୍ଟର ରିଲିଜ ହୋଇଥିଲା । ଏହା ପରେ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବଢିବାକୁ ଲାଗିଥିଲା । ଏବେ ଏହାର ଟ୍ରେଲର ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବ ବୋଲି ଆଶା କରାଯାଉଛି । ଫିଲ୍ମ ତେଲଗୁ ଫିଲ୍ମ ‘ପ୍ରସ୍ଥାନମ’ର ହିନ୍ଦୀ ରିମେକ ।

ଟ୍ରେଲରରେ ସଂଜୟ ଦତ୍ତ ଜଣେ ରାଜନେତା ଭୂମିକାରେ ନଜର ଆସିଛନ୍ତି । ତାଙ୍କର ଦୁଇଟି ପୁଅ ଅଛନ୍ତି । ସଂଜୟ ଦତ୍ତ ଅଲ୍ଲୀ ଫଜଲଙ୍କୁ ରାଜନୈତିକ ମାମ୍ରାଜ୍ୟର ଉତ୍ତରାଧିକାରୀ ଅଲ୍ଲୀ ପଜଲଙ୍କୁ କରିବା ପାଇଁ ଚାହାଁନ୍ତି । କିନ୍ତୁ ଅନ୍ୟ ପୁଅର ମଧ୍ୟ ଏହା ପାଇବା ପାଇଁ ଚାହେଁ । ଏପରି ସ୍ଥିତିରେ ଘରେ ଆରମ୍ଭ ହୁଏ ରାଜନୈତିକ ଯୁଦ୍ଧ ।

ଦେଖନ୍ତୁ ଫିଲ୍ମର ଟ୍ରେଲର-

ଦେବ କଟ୍ଟାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୦ ସେପ୍ଟେମ୍ବର ୨୦୧୯ରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ଦର୍ଶକଙ୍କୁ ଖୁବ ମନୋରଂଜନ କରିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More