Only for Entertainment

ରିଲିଜ ହେଲା ୨.୦ର ପ୍ରଥମ ଗୀତ ‘ତୁ ହି ରେ’ !

26

ଚଳଚ୍ଚିତ୍ର ‘୨.୦’ଫିଲ୍ମର ଅନେକ ପୋଷ୍ଟର , ମେକିଂ ଭିଡିଓ ଏବଂ ଟ୍ରେଲର ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଅଭିନେତା ଅକ୍ଷୟ କୁମାର ମଧ୍ୟ ସୋସିଆଲ ମିଡିଆରେ ଫିଲ୍ମର ପ୍ରମୋସନ କରିବାକୁ ପଛାଉ ନାହାନ୍ତି । ଫିଲ୍ମକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସୋସିଆଲ ମିଡିଆରେ ଶେୟାର କରି ଫ୍ୟାନ୍ସ ମାନଙ୍କୁ ଜଣାଉଛନ୍ତି । ବର୍ତ୍ତମାନ ଏହି ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଛି । ଗୀତର ବୋଲ ରହିଛି ‘ତୁ ହି ରେ ‘ । ଏହି ଗୀତର ହିନ୍ଦୀ ଏବଂ ତାମିଲ ଭର୍ସନ ରିଲିଜ ହୋଇଛି । ଗୀତରେ ମ୍ୟୁଜିକ ଦେଇଛନ୍ତି ଏ.ଆର.ରେହମନ । ଗୀତରେ କଣ୍ଠଦାନ କରିଛନ୍ତି ଅରମାନ ମଲିକ ଏବଂ ଶାଶା ତୃପ୍ତି ।

ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ଏହି ଚଳଚ୍ଚିତ୍ରଟି ରିଲିଜ୍‌ ପୂର୍ବରୁ ସମସ୍ତ ରେକର୍ଡ ଭଙ୍ଗ କରି ସାରିଲାଣି। ଚଳଚ୍ଚିତ୍ରଟି ରିଲିଜ୍‌ ହେବା ପୂର୍ବରୁ ହିଁ ୧୨୦ କୋଟି ଆୟ କରିସାରିଲାଣି। ତାମିଲ୍‌ ଚଳଚ୍ଚିତ୍ର ଜଗତ ପାଇଁ ଏହା ଏକ ରେକର୍ଡ ଭଙ୍ଗକାରୀ ଚଳଚ୍ଚିତ୍ର ହୋଇପାରେ ବୋଲି ଆଶା ରହିଛି। ରିଲିଜ୍‌ ପୂର୍ବରୁ ୧୦୦ କୋଟି ବ୍ୟବସାୟ କରିବାରେ ଏହା ହେଉଛି ପ୍ରଥମ ତାମିଲ୍‌ ଚଳଚ୍ଚିତ୍ର।

ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ରଜନିକାନ୍ତ, ଅକ୍ଷୟ କୁମାର ଏବଂ ଆମି ଜାକ୍‌ସନ୍‌ ପ୍ରମୁଖ। ମୋବାଇଲ୍‌ ଫୋନ୍‌ ଆଜିକାଲି କେଉଁ ଭଳି ଭାବେ ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ, ଏହା କିପରି ଆମ ଉପରେ ପ୍ରଭାବ ପକାଇଥାଏ ଏବଂ କେତେ କ୍ଷତିକାରକ ତାହାକୁ ନେଇ ଏହି ଚଳଚ୍ଚିତ୍ର।

ଚଳଚ୍ଚିତ୍ର ନିର୍ଦ୍ଦେଶକ ଶଙ୍କରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘୨.୦’ ଭାରତର ବଛା ବଛା କେତୋଟି ଚଳଚ୍ଚିତ୍ର ଭିତରୁ ଗୋଟାଏ। ଏହି ଚଳଚ୍ଚିତ୍ରଟିକୁ ନିର୍ମାଣ କରିବା ପାଇଁ ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି ନଭେମ୍ବର ୨୯ ତାରିଖରେ ଏହା ବିଶ୍ୱସ୍ତରୀୟ ରିଲିଜ୍‌ ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More