Only for Entertainment

ଘୁଞ୍ଚିଲା ପ୍ରିୟଙ୍କା-ନିକ ଜୋନସଙ୍କ ବିବାହ ତାରିଖ, ଆଗାମୀ ବର୍ଷ ଏହି ମାସରେ କରିବେ ବିବାହ ।

you tube
24

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ବିବାହକୁ ନେଇ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି । କିଛି ଦିନ ପୂର୍ବେ ଶୁଣିବାକୁ ମିଳୁଥିଲା ଯେ, ପ୍ରିୟଙ୍କା ଏବଂ ନିକ ୨ ଡିସେମ୍ବରରେ ବିବାହ କରିବେ । କିନ୍ତୁ ଏବେ ଯେଉଁ ଖବର ଆସିଛି ତାହା ଶୁଣି ପ୍ରିୟଙ୍କା ଏବଂ ନିକଙ୍କ ଫ୍ୟାନ୍ସ ନିରାଶ ହେବେ ନିଶ୍ଚିତ । ଖବର ଅନୁସାରେ ପ୍ରିୟଙ୍କା ଏବଂ ନିକ ଚଳିତ ବର୍ଷ ବିବାହ କରିବେ ନାହିଁ । ଦୁହେଁ ଜାନୁଆରୀ ମାସରେ ଜୋଧପୁରର ଉମ୍ମେଦ ଭବନରେ ହେବ ।

ପ୍ରିୟଙ୍କା ବିବାହ ତାରିଖ ଘୁଞ୍ଚିଥିଲେ ମଧ୍ୟ ତାଙ୍କ ମା’ ବିବାହ ପାଇଁ ସପିଂ କରିବା ଆରମ୍ଭ କରି ଦେଇଛନ୍ତି । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ପ୍ରିୟଙ୍କାଙ୍କ ବିବାହ ପାଇଁ ଲେହେଙ୍ଗା ଡିଜାଇନ କରୁଛନ୍ତି ଆବୁ ଜାନୀ ଏବଂ ସନ୍ଦୀପ ଖୋସଲା । କିଛି ଦିନ ପୂର୍ବେ ପ୍ରିୟଙ୍କା ଆବୁ ଜାନୀ ଏବଂ ସନ୍ଦୀପ ଖୋସଲାଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଷ୍ଟୋର ଯାଇଥିଲେ । ଏବଂ ତାଙ୍କ ସହିତ ଅନେକ ସମୟ ଆଲୋଚନା କରିଥିଲେ ।

ପ୍ରିୟଙ୍କା ଫିଲ୍ମ ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ‘ଦ ସ୍କାଏ ଇଜ ପିଙ୍କ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ପ୍ରିୟଙ୍କା ‘ଦ ସ୍କାଏ ଇଜ ପିଙ୍କ’ର ଟିମ ମେମ୍ବରଙ୍କ ସହିତ ଲଣ୍ଡନ ସିଡ୍ୟୁଲ ଶେଷ କରିଛନ୍ତି । ଫିଲ୍ମରେ ଫରହାନ ଅଖତରଙ୍କ ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More