Only for Entertainment

ବିବାହରେ କୌଣସି ବଲିଉଡ୍‌ କଳାକାରଙ୍କୁ ନିମନ୍ତ୍ରଣ କରିବେ ନାହିଁ ପ୍ରିୟଙ୍କା!

dna
34

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜର ବିଦେଶୀ ପ୍ରେମିକ ନିକ୍‌ ଜୋନ୍‌ସଙ୍କୁ ବିବାହ କରିବା ଖବର ଏବେ ଚର୍ଚ୍ଚାରେ । ଡିସେମ୍ବରରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ବେଳେ ଏବେଠାରୁ ବିବାହର ପ୍ରସ୍ତୁତି ଏବଂ ବିବାହର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଲାଣି । କିଛି ଦିନ ତଳେ ପ୍ରିୟଙ୍କା ନିଜ ଶାଶୁ ଘର ଲୋକଙ୍କ ସହ ବ୍ରାଇଡାଲ ସାଓ୍ଵାର ପାର୍ଟି କରିଥିଲେ, ଯେଉଁଥିରେ କିଛି ବଲିଉଡ୍‌ କଳାକାର ମଧ୍ୟ ନଜର ଆସିଥିଲେ । ତେବେ ବିବାହରେ ପ୍ରିୟଙ୍କା ବଲିଉଡ୍‌ର ଜଗତରୁ କାହାକୁ ନିମନ୍ତ୍ରଣ କରିବେ ନାହିଁ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।


ସୂଚନା ମୁତାବକ, ପୂର୍ବରୁ ସଲମାନ ଖାନ୍‌, ଆଲିଆ ଭଟ୍ଟ, ରଣବୀର କପୁର, କ୍ୟାଟ୍ରିନା କୈଫ୍‌, ଫର୍‌ହାନ୍‌ ଅଖ୍‌ତର ଏବଂ ସିଦ୍ଧାର୍ଥ ରୟ କପୁରଙ୍କୁ ପ୍ରିୟଙ୍କା ନିଜ ବିବାହରେ ନିମନ୍ତ୍ରଣ କରିବେ ବୋଲି ଖବର ମିଳିଥିବା ବେଳେ ଏବେ ପ୍ରିୟଙ୍କା କାହାକୁ ମଧ୍ୟ ଡାକିବେ ନାହିଁ ବୋଲି ଜଣା ପଡ଼ିଛି । ଏଥିସହ ପ୍ରିୟଙ୍କା ଏବଂ ନିକ୍‌ ଦୁଇ ଥର ବିବାହ କରିବେ ବୋଲି ଜାଣିବାକୁ ମିଳିଛି । ପ୍ରଥମ ଥର ହିନ୍ଦୁ ରୀତିନୀତିରେ ଏବଂ ଦ୍ୱିତୀୟ ଥର କ୍ରିଷ୍ଟିୟାନ ରୀତିନୀତିରେ ଦୁହେଁ ବିବାହ କରିବେ ବୋଲି ସୂଚନା ମିଳିଥିବା ବେଳେ ଦୁହିଁଙ୍କ ବିବାହରେ କିଏ ଯୋଗ ଦେବେ ତାହା ଭବିଷ୍ୟତରେ ଜଣାପଡ଼ିବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More