Only for Entertainment

ରିଲିଜ ହେଲା ରେଡିଓ ଚକଲେଟର ରୋମାଂଟିକ ଗୀତ ‘ଖୋଲା ଆକାଶରେ’ ।

youtube
0 37

ମୁକ୍ତିଲାଭ କଲା ରେଡିଓ ଚକଲେଟର ମନଛୁଆଁ ରୋମାଂଟିକ ଗୀତ‘ଖୋଲା ଆକାଶ ତଳେ’ । ପୁଣିଥରେ ଏହି ଗୀତ ଜରିଆରେ ଓଡିଆ ସ୍ରୋତାଙ୍କ ମନ ଜିଣି ପାରିଛି ରେଡିଓ ଚକଲେଟ୍ ୧୦୪ ଏଫ୍ ଏମ୍ । ଗୀତକୁ ସୋସିଆଲ୍ ସାଇଟ୍ ୟୁଟୁବରେ ରିଲିଜ୍ କରାଯାଇଛି । ଆଉ ଏହାକୁ ୟୁଟ୍ୟୁବରେ ମିଳିବାରେ ଲାଗିଛି ଢେର୍ ତାରିଫ୍ ।

ପ୍ରତ୍ୟେକ ସପ୍ତାହରେ ଏଭଳି ଭିନ୍ନ ସ୍ୱାଦର ଗୀତ ଭେଟି ଦେଇ ଓଡିଆ ସ୍ରୋତାଙ୍କ ପସନ୍ଦ ହୋଇ ପାରିଥିବା ରେଡିଓ ଚକଲେଟ୍ ପୁଣିଥରେ ସ୍ରୋତାଙ୍କ ମନକୁ ଜିଣିବା ପାଇଁ ଭେଟି ଦେଇଛି ଏହି ଗୀତ । ଏହି ମନଛୁଆଁ ଗୀତରେ ଶୁଣିବାକୁ ମିଳିଛି ସୁମିତ୍ ମହାପାତ୍ର ଓ ସଂଚିତାଙ୍କ ଭଏସ୍ । ସୁମିତ୍ ମହାପାତ୍ର ଓ ସଂଚିତାଙ୍କ ଆକର୍ଷଣୀୟ ଭଏସ୍ ଏହି ଗୀତକୁ କରିଛି ଆହୁରି ମନଲୋଭା ।

ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସୌମିତ୍ରୀ ପିଲାଇ । ଗୀତକୁ ରଚନା କରିଛନ୍ତି ସଂଗ୍ରାମ ମିଶ୍ର । ଏହି ଗୀତର ଷ୍ଟୁଡିଓ ଭର୍ସନ୍ ଏବେ ରିଲିଜ୍ ହୋଇଛି । ଏହା ସହ ସ୍ରୋତା ଏହି ଗୀତକୁ ରେଡିଓ ଚକଲେଟରେ ଏଫ୍ ଏମରେ ଏବଂ ଆପ୍ ରେ ଶୁଣି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More