Only for Entertainment

ଛପାକ ପାଇଁ ବିକ୍ରାନ୍ତ ମେସୀ ନୁହଁନ୍ତି ରାଜକୁମାର ଥିଲେ ମେଘନାଙ୍କ ପ୍ରଥମ ପସନ୍ଦ

dna
32

ଦୀପିକା ପାଦୁକୋଣ ଓ ବିକ୍ରାନ୍ତ ମେସୀ ଖୁବ ଶୀଘ୍ର ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କ ଫିଲ୍ମ ଛପାକରେ ନଜର ଆସିବେ । ଫିଲ୍ମଟି ଜଣେ ଏସିଡ୍ ଆଟାକ୍ ସରଭାଇବରଙ୍କ ଜୀବନୀକୁ ନେଇ ଗତିଶୀଳ ହୋଇଛି । ତେବେ ଏହି ସିନେମାର ନାୟକ ପାଇଁ ମେଘନାଙ୍କ ପ୍ରଥମ ପସନ୍ଦ ବିକ୍ରାନ୍ତ ନଥିଲେ । ମେଘନା ପ୍ରଥମେ ଅଭିନେତା ରାଜକୁମାର୍ ରାଓଙ୍କୁ ଏହି ଚରିତ୍ର ପାଇଁ ଅଫର୍ କରିଥିଲେ ।

chapak

ମାତ୍ର ବିଜି ସୁଟିଂ କାରଣରୁ ରାଜକୁମାର୍ ଏହି ଅଫରକୁ ଗ୍ରହଣ କରି ନଥିଲେ । ନିକଟରେ ନିଜର ଏକ ଇଂଟରଭ୍ୟୁରେ ରାଜକୁମାର୍ ଏହି କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ମେଘନାଙ୍କ ପ୍ରଥମ ପସନ୍ଦ ସେ ଥିଲେ ଏବଂ ବ୍ୟସ୍ତତା କାରଣ ରୁ ସେ ଏହାକୁ ସାଇନ କରିପାରିଲେ ନାହିଁ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମର ପ୍ରଥମ ସିଡ୍ୟୁଲ ଦିଲ୍ଲୀରେ ପୂରା ହୋଇ ସାରିଛି । ଏହି ସୁଟିଂ ସେଟରୁ ଦୀପିକାଙ୍କ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିଲା । ଫିଲ୍ମ ୨୦ ଜାନୁୂଆରୀ ୨୦୨୦ରେ ରିଲନିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More