୧୫ ମିନିଟର ପର୍ଫମାନ୍ସ ପାଇଁ ସିଦ୍ଧାର୍ଥଙ୍କ ହିରୋଇନଙ୍କୁ ମିଳୁଛି ଏତେ ଟଙ୍କା ।
ଅଭିନେତ୍ରୀ ରକୁଲ ପ୍ରୀତ ଶେଷ ଥର ପାଇଁ ଫିଲ୍ମ ଅୟାରୀରେ ନଜର ଆସିଥିଲେ । ଫିଲ୍ମ ଫ୍ଲପ ହୋଇଗଲା କିନ୍ତୁ ରକୁଲଙ୍କ କ୍ୟାରଅର ଫ୍ଲପ ହୋଇ ନଥିଲା । ଖବର ଅନୁସାରେ ସେ ୧୫ ମିନିଟର ପର୍ଫମାନ୍ସ ପାଇଁ ୨୫ ଲକ୍ଷ ଟଙ୍କା ନେଇଛନ୍ତି ।
ରକୁଲ ତିନିଟଇ ଭାଷାରେ ଫିଲ୍ମ କରୁଛନ୍ତି । ସାଉଥ ଇଣ୍ଡଷ୍ଟ୍ରିର ସେ ଜଣାଶୁଣା ଚେହେରା । ତେବେ ହାଇଦ୍ରାବାଦରେ ଏକ ପର୍ଫମାନ୍ସ ପାଇଁ ସେ ଏତେ ଟଙ୍କା ନେଇଛନ୍ତି ।
ଏବେ ରକୁଲ ତାମିଲ ଫିଲ୍ମ କରୁଛନ୍ତି । ଏହା ସହିତ ସେ ଅଜୟ ଦେବଗନଙ୍କ ଫିଲ୍ମ ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି ।