Only for Entertainment

ଭଲ୍ଲାଲଦେବ ନେଲେ ହାଉସଫୁଲ ୪ରେ ନାନା ପାଟେକରଙ୍କ ସ୍ଥାନ, ପ୍ରଥମ ଥର କରିବେ କମେଡ଼ି ଫିଲ୍ମ ।

aajatk
21

ତନୁଶ୍ରୀ ଦତ୍ତା ନାନା ପାଟେକରଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ । ଏହାପରେ ନାନାଙ୍କୁ ଫିଲ୍ମ ହାଉସଫୁଲ ୪ରୁ ବାହାରିବାକୁ ପଡ଼ିଲା । ଏବେ ନାନାଙ୍କ ସ୍ଥାନରେ ବାହୁବଳୀ ଫେମ ଭଲ୍ଲାଲଦେବ ବା ରାଣା ଦଗୁବତୀ ନେବେ । ତାଙ୍କୁ ଏହିଭଳି କମେଡ଼ି ଫିଲ୍ମରେ ଦେଖିବା ନିହାତି ଭାବରେ ମଜାଦାର ହେବ ।

ମିଡିଆ ରିପୋର୍ଟ ଅନୁସାରେ ରାଣାଙ୍କୁ ପୂର୍ବ ସପ୍ତାହରେ ଫିଲ୍ମର ନାରେସନ ଦିଆଗଲା । ସେ ଏକ ଡେଳି ନ୍ୟୁଜପେପରକୁ ଏହି କଥା କହିଛନ୍ତି । ତାଙ୍କ କହିବା ଅନୁସାରେ ହାଇଦ୍ରାବାଦ ବାହାରେ କାମ ମିଳିବା ନିହାତି ଭାବରେ ମଜାଦାର ।ଏହା ଦ୍ୱାରା ନୂଆ କଥା ଶିଖିବାକୁ ମିଳିଥାଏ ।

ହାଉସଫୁଲ ୪ର ସୁଟିଂ ମୁମ୍ବାଇରେ ଚାଲୁଛି ।ଖୁବଶୀଘ୍ର ରାଣା ମଧ୍ୟ ଯୋଗ ଦେବେ ।ଫିଲ୍ମରେ ରିତେଶ ଦେଶମୁଖ,ବବି ଦେଓଲ,କୃତି ସାନନ,କୃତି ଖରବନ୍ଦା ଏବଂ ପୂଜା ହେଗଡ଼େ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More