Only for Entertainment

ଲୁଚି ଲୁଚି ନିର୍ବନ୍ଧ କରିନେଲେ ଆଲିୟା-ରଣବୀର ।

bollywood tadka
47

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଦୀର୍ଘ ସମୟ ଧରି ଅଫେୟରକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ଏହି ମଧ୍ୟରେ ଦୁଇଜଣ ଏପ୍ରିଲ ମାସରେ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି । ଏହିକଥା ନସରୁଣୁ ସାମ୍ନାକୁ ଆସିଛି ଆଉ ଏକ ବଡ଼ ଖବର । ଖବର ଅନୁସାରେ ଆଲିୟା ଏବଂ ରଣବୀର ଲୁଚି ଲୁଚି ନିର୍ବନ୍ଧ କରି ଦେଇଛନ୍ତି ।

ଡିଏନଏ ଖବର ଅନୁସାରେ ରଣବୀର ଆଲୟାଙ୍କୁ ସ୍ୱିଜରଲ୍ୟାଣ୍ଡର ସେଂଟ ମୋରିଟଜରେ ଆଂଠୁ ମାଡ଼ି ବସି ନିର୍ବନ୍ଧ ପାଇଁ ପ୍ରପୋଜ କରିବା ମାତ୍ରେ ହଁ କରିବା ପାଇଁ ଗୋଟିଏ ମୁହୂର୍ତ୍ତର ମଧ୍ୟ ସମୟ ନେଲେ ନାହିଁ ଆଲିୟା । ସେହି ସ୍ଥାନରେ ଦୁଇଜଣ ନିର୍ବନ୍ଧ କରିନେଲେ । ନିର୍ବନ୍ଧ ପାଳନ ପାଇଁ ଏକ ଦମଦାର ପାର୍ଟି ମଧ୍ୟ ରଖା ଯାଇଥିଲା ।

କହିରଖୁଛୁଯେ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ପ୍ରିୱେଡିଙ୍ଗ ପାଳନ କରିବା ପାଇଁ ଦୁଇ ଜଣ ସ୍ୱିଜରଲ୍ୟାଣ୍ଡ ଯାଇଥିଲେ ଏବଂ ସେହି ସ୍ଥାନରେ ନିର୍ବନ୍ଧ କରିନେଲେ । ତେବେ ଏପର୍ଯ୍ୟନ୍ତ ଦୁଇଜଣଙ୍କ ତରଫରୁ ଏହି କଥାକୁ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More