Only for Entertainment

ଫଟୋରେ ରଣବୀର ନଜର ଆସିଲେ ଚିନ୍ତିତ, ସେଲ୍ଫି ନେବାକୁ ଆସିଥିବା ଫ୍ୟାନ ସହ କଲେ ଏଭଳି ବ୍ୟବହାର !

24

ବଲିଉଡ ଅଭିନେତ୍ରୀ ରଣବୀର କପୁର ନିଜର ପୂରୂଣା ଘର ବାହାରେ ସ୍ପଟ ହୋଇଛନ୍ତି । କିନ୍ତୁ ସେଠାରେ କିଛି ଏଭଳି ହୋଇଛି ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅସଲରେ ରଣବୀର ଧର୍ମା ପ୍ରଡକ୍ସନର ପୂରୁଣା ଘର ବାହାରକୁ ଆସୁଥିଲେ । ସେହିସମୟରେ ତାଙ୍କର ଜଣେ ପ୍ରଶଂସକ ତାଙ୍କ ସହ ସେଲ୍ଫି ପାଇଁ ଆଗକୁ ଆସିଥିଲେ । ଫଟୋକୁ ଦେଖି ପରିଷ୍କାର ଜଣା ପଡୁଛି ଯେ ରଣବୀର ଫଟୋ ଉଠାଇବା ମୁଡରେ ନାହାନ୍ତି ।

ସେ ଫ୍ୟାନଙ୍କୁ ଇଗ୍ନୋର କରି ଆଗକୁ ବଢିଛନ୍ତି । ଯଦିଓ ସେ ମିଡିଆକୁ ଖୁବ ପୋଜ ଦେଇଛନ୍ତି କିନ୍ତୁ ଏହି ଫଟୋରେ ସେ ଖୁବ ଚିନ୍ତିତ ଥିବା ଜଣା ପଡିଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଳେ ରଣବୀର ଖୁବ ଶୀଘ୍ର ଆଲିୟା ଭଟ୍ଟଙ୍କ ସହ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିଛନ୍ତି । ଏହି ଫିଲ୍ମରେ ଦୁହିଁଙ୍କ ବ୍ୟତୀତ ଅମିତାଭ ବଚ୍ଚନ ଏବଂ ମୋନୀ ରୟ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More