Only for Entertainment

ପ୍ରକୃତିକୁ ବଂଚାଇବା ପାଇଁ ରଣଦୀପ ହୁଡ୍ଡାଙ୍କ ପ୍ରୟାସ, ଭାଇରାଲ ହେଉଛି ଫଟୋ !

29

ରଣଦୀପ ହୁଡ୍ଡା ସିନେମା ଦୁନିଆର ଏକ ପରିଚିତ ଚେହେରା । ତାଙ୍କ ନାଁ ଅନେକ ଶାନଦାର ଫିଲ୍ମରେ ରହିଛି । କିନ୍ତୁ କିଛି ଦିନ ହେବ ସେ କେବଳ ନିଜ ଫିଲ୍ମକୁ ନେଇ ନୁହେଁ ବରଂ ନିଜ ଭଲ କାମ ପାଇଁ ଚର୍ଚ୍ଚାର କାରଣ ପାଲଟିଛନ୍ତି । ଏବେ ଏକ ତାଜା ରିପୋର୍ଟ ମୁମ୍ବାଇରୁ ଆସିଛି ଯେ ସେ ଖାଲସା ଏଡ ଇଣ୍ଡିଆର ସ୍ୱୟଂ ସେବକଙ୍କ ସହ ମିଶି ସମୁଦ୍ର କୂଳରୁ ପ୍ଲାଷ୍ଟିକ ଆବର୍ଜନା ହଟାଇଛନ୍ତି । ମୁମ୍ବାଇ ପବ୍ଲିକର ପ୍ରଶଂସା ଏବଂ ସ୍ୱଚ୍ଛତାକୁ ଦେଶ ପ୍ରେମ ଜଣାଇ ସେ ଫେସବୁକରେ କିଛି ଫଟୋ ଶେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ୟୁଜର୍ସ ଖୁବ ପ୍ରଶଂସା କରିଛନ୍ତି ।


ରଣଦୀପ ନିଜ ପୋଷ୍ଟରେ ଲେଖିଛନ୍ତି ଯେ ‘ମୁମ୍ବାଇ ପାଇଁ ତାଳି । ଏହା ସହ #AfrozShah ଧନ୍ୟବାଦ ଜଣାଇଛନ୍ତି । ପ୍ଲାଷ୍ଟିକ ବର୍ଜନ ପାଇଁ ମଧ୍ୟ ଏହି ପୋଷ୍ଟରେ ରଣଦୀପ ଅନୁରୋଧ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More