Only for Entertainment

ରିଲିଜ ହେଲା ଆଗାମୀ ରୋମାଣ୍ଟିକ-କମେଡି ଫିଲ୍ମ ‘ଚିରକୁଟ୍’ର ପ୍ରଥମ ଟ୍ରେଲର୍

you tube
48

ମୁକ୍ତିଲାଭ କଲା ଆଗାମୀ ରୋମାଣ୍ଟିକ – କମେଡି ଫିଲ୍ମ ‘ଚିରକୁଟ୍’ର ପ୍ରଥମ ଟ୍ରେଲର୍ । ସିନେମାରେ ନାୟକ ଭାବେ ନଜର ଆସିଛନ୍ତି ନବାଗତ ଷ୍ଟାର୍ ଅରୋଜିତ୍ । ଯିଏ କି ଏହି ସିନେମାରେ ଚିରକୁଟ୍ ଚରିତ୍ରରେ ନଜର ଆସିବେ । ଚିରକୁଟ୍ ଏକ ସାଧାରଣ ଯୁବକ । ପାଠରେ ଫେଲ୍ ଆଉ ସାଙ୍ଗ ମାନଙ୍କ ସହ ସବୁବେଳେ ମସ୍ତିରେ ଗୁଲ୍ ଚିରକୁଟ୍ । ହେଲେ ତାର ଜୀବନ ପୁରା ବଦଳି ଯାଏ, ଯେତେବେଳେ ସେ ପ୍ରେମରେ ପଡେ । ସାହିତ୍ୟ ପ୍ରଫେସରଙ୍କ ଝିଅ, ଅତି ସାଧାରଣ ଓ ସରଳ । ଯାହାକୁ ଭଲପାଇ ବସେ ଚିରକୁଟ୍ । ଦୁହିଁଙ୍କ ପ୍ରେମ କାହାଣୀ ଆରମ୍ଭ ତ ହୁଏ ସତ, ହେଲେ ସମାଜ୍ ଆଖିରେ ଯାଏ ନାହିଁ । ଏମିତି ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ଚିରକୁଟରେ ନାୟିକା ଭାବେ ନବାଗତା ସୁନ୍ଦରୀ ଅନନ୍ୟାଙ୍କୁ ଦେଖିବାକୁ ମିଳିଛି ।

ଅକ୍ଷୟ ପରିଜା ବ୍ୟାନରରେ ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ର ‘ଚିରକୁଟ୍’ରେ କାହାଣୀ, ସ୍କ୍ରିନ୍ପ୍ଲେ ଓ ସଙ୍ଗୀତ ସହ ‘ଚିରକୁଟ୍’ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ପପୁ ପମ୍ ପମ୍ । ଚଳଚ୍ଚିତ୍ର ଚିରକୁଟ୍ ଏକ ନିଚ୍ଛକ ଓଡିଆ କାହାଣୀକୁ ନେଇ ଗତିଶୀଳ ହୋଇଛି । ଫିଲ୍ମଟିର ସୁଟିଂ ଏଡିଟିଂ ଶେଷ ହୋଇଥିବାବେଳେ ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ୍ କାମ । ଖୁବଶୀଘ୍ର ପରଦାକୁ ଆସିବ ଚିରକୁଟ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More